31.1 C
Bhubaneswar
Tuesday, May 7, 2024
Homeଓଡିଶାଉଲଗ୍ନ ଅବସ୍ଥାରେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଉଲଗ୍ନ ଅବସ୍ଥାରେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୈପାରିଗୁଡା: ବୈପାରିଗୁଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡମୁନାୟକଗୁଡାର ଯୁବକ ଦୋରାଗୁଡା ଗ୍ରାମର ଜଣଙ୍କ ଘର ବାରଣ୍ଡାରେ ଝୁଲନ୍ତା ମୃତ ଦେହକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦୋରଗୁଡ଼ା ଗ୍ରାମ ପଞ୍ଚାୟତର ସଦର ମହକୁମାରେ ଥିବା ବୁଦୁ ଖିଲର ଭଉଣୀ ବୈଦି ଖିଲଙ୍କ ଘର ସାମନାରେ ଦେଖିବାକୁ ମିଳିଛି । ଖବରରୁ ପ୍ରକାଶ, ମୃତ ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡ଼ମୁନାୟକଗୁଡ଼ା ଗ୍ରାମର ଖଗପତି ନାୟକଙ୍କ ୨୬ବର୍ଷୀୟ ପୁଅ ଦୁର୍ଯ୍ୟୋ ନାୟକ । ସେ ଜଣେ ମିସ୍ତ୍ରୀ । ଗତ କାଲି ଡ଼ମୁନାୟକଗୁଡ଼ା ଗ୍ରାମରେ ଜଣଙ୍କ ଘରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରି ଛାତ ପକାଇଥିଲେ ଏବଂ ରାତି ୮ଟା ପରେ ସେ ଘରୁ ବାହାରିଥିଲେ ଆଉ ଘରକୁ ଫେରିନଥିଲେ ।

ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ଆଜି ସକାଳେ ଦୋରାଗୁଡ଼ା ସ୍ଥିତ ବୈଦି ଖିଲଙ୍କ ଘର ସମ୍ମୁଖରେ ଦୁର୍ଯ୍ୟୋଙ୍କ ମୃତଦେହ ଝୁଲୁଥିବା ଦେଖି ବୈପାରିଗୁଡା ଥାନାରେ ଦୁର୍ଯ୍ୟୋଙ୍କ ମାଆ ମଣୀ ନାୟକ ଏବଂ ମାମୁଁ ପୁଅ ଭାଇ ହରିବନ୍ଧୁ ଭେଜାଗୁଡ଼ିଆ ହତ୍ୟା ଅଭିଯୋଗ ଆଣିଛନ୍ତି । ଖବର ପାଇ ବୈପାରିଗୁଡା ଥାନା ଅଧିକାରୀ ରଘୁନାଥ ମାଝୀ ଏବଂ ଏସ.ଆଇ ଘାସିରାମ ସେଠୀ ଦୋରାଗୁଡ଼ା ଗ୍ରାମରେ ପହଞ୍ଚି ଦୁର୍ଯ୍ୟୋର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଯାହାଫଳରେ ଦୁର୍ଯ୍ୟୋ ଆତ୍ମହତ୍ୟା କରିଛି ନା ତାଙ୍କୁ ହତ୍ୟା କରାଯାଇଛି ଏହାକୁ ନେଇ ଉଠିଛି ପ୍ରଶ୍ନ । ଏ ବିଷୟରେ ବୈପାରିଗୁଡା ଥାନା ଅଧିକାରୀ ରଘୁନାଥ ମାଝୀଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ପ୍ରକୃତ ସତ୍ୟା ସତ୍ୟ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking