28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ୍

ଟ୍ୱିଟର ଇଣ୍ଡିଆ ଏମଡିଙ୍କୁ ନୋଟିସ୍ ପଠାଇଲା ଗାଜିଆବାଦ ପୋଲିସ୍

ଗାଜିଆବାଦ : ସରକାର ଓ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟର ବିରୋଧରେ ଲଗାତାର ବୟାନ୍ ଦେଉଛନ୍ତି, ଅନ୍ୟପଟେ ଜଣେ ବୃଦ୍ଧଙ୍କ ଭାଇରାଲ୍ ଭିଡିଓ ସମ୍ମନ୍ଧରେ ଟ୍ୱିଟର ବିରୋଧରେ ଏଫଆଇଆର ଦାଏର କରିଛି ଗାଜିଆବାଦ ପୋଲିସ । ଟ୍ୱିଟର ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୀଷ ମାହେଶ୍ୱରୀଙ୍କୁ ନୋଟିସ୍ ପଠାଇଛି ଗାଜିଆଦାବ ପୋଲିସ୍ । ଏକ ସପ୍ତାହ ମଧ୍ୟରେ ପୋଲିସ ଷ୍ଟେସନ୍ ଆସି ବୟାନ୍ ରେକର୍ଡ଼ କରାଇବା ପାଇଁ ଭାରତର ଟ୍ୱିଟର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୬୦ ସିଆରପିସି ଧାରା ଅନୁସାରେ ଗାଜିଆବାଦ ପୋଲିସ ମନୀଷ ମାହେଶ୍ୱରୀଙ୍କୁ ନୋଟିସ୍ ପଠାଇଛି । ନୋଟିସରେ ଗାଜିଆବାଦ ପୋଲିସ ଲୋନିରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ଉଲ୍ଲେଖ କରିଛି ।

ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ କିଛି ଲାକଙ୍କ ଜରିଆରେ ଭିଡିଓ ଟ୍ୱିଟ୍ କରାଯାଇଥିଲା । ଏସବୁ ଜାଣିବା ପରେ ମଧ୍ୟ ଟ୍ୱିଟର ସେହି ଲୋକଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଇନଥିଲା । ଏଥି ସହିତ ଦେଶ ରାଜ୍ୟ ଓ ସମାଜରେ ଘୃଣା ସୃଷ୍ଟି କରୁଥିବା ଲେଖାକୁ ପ୍ରୋତ୍ସାହିତ କରାଯାଇଥିଲା, ସାମାଜ ବିରୋଧୀ ପ୍ରବନ୍ଧଗୁଡିକ କ୍ରମାଗତ ଭାବରେ ଭାଇରାଲ ହେବାକୁ ଦିଆଗଲା । ତେଣୁ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କୁ ନୋଟିସ୍ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking