28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବୟସ୍କ, ପ୍ରସୂତୀଙ୍କୁ ମିଳିବ ଆଗ ଟିକା

ବୟସ୍କ, ପ୍ରସୂତୀଙ୍କୁ ମିଳିବ ଆଗ ଟିକା

ଭୁବନେଶ୍ୱର: ଟିକା ଆସିଲେ କାହାକୁ ଆଗ ଦିଆଯିବ, ସେ ନେଇ ଘୋଷଣା କରାଯାଇଛି । କରୋନା ମୁକାବିଲା ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଛନ୍ତି । ଟିକା ଆସିଲେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଅଗ୍ରାଧିକାର ଦିଆଯିବ । ବୟସ୍କଙ୍କ ସହ ଗର୍ଭବତୀଙ୍କୁ ମଧ୍ୟ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଏମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ମିଳିବ । ସମସ୍ତେ ଏବେ କରୋନାର କରାଳ ରୂପରେ ଶିକାର ହୋଇଥିବା ବେଳେ ଟିକା ଆସିଲେ ସମସ୍ତେ ଏହାକୁ ପାଇବାକୁ ଚାହିଁବେ । ମାତ୍ର ଦରକାର ଅନୁସାରେ ଏବେ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଇଦେବା ସମ୍ଭବପର ହେବ ନାହିଁ । ସେଥିପାଇଁ ଟିକା ଆସିଲେ ପ୍ରଥମେ ବୟସ୍କ ଓ ପ୍ରସୂତୀଙ୍କୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking