ଆଜି ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ


ଭୁବନେଶ୍ୱର: ଗୋଟିଏ ପଟେ ସଂକ୍ରମଣ କମିବାକୁ ଲାଗିଥିବା ବେଳେ ଆଜି ରାଜ୍ୟରେ ଆଉ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୧ ହଜାର ୭୭୭କୁ ବୃଦ୍ଧି ପାଇଛି । କଟକରୁ ସର୍ବାଧିକ ୧୦୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୦୩, ମୟୁରଭଂଜରୁ ୧୦୧, ସୁନ୍ଦରଗଡରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ୱରରୁ ୫୪, କେନ୍ଦ୍ରାପଡାରୁ ୫୩, କେନ୍ଦୁଝରରୁ ୫୦, କଳାହାଣ୍ଡିରୁ ୪୭, ବଲାଙ୍ଗୀରରୁ ୪୬, ନୟାଗଡରୁ ୪୦, କୋରାପୁଟରୁ ୩୮, ବରଗଡରୁ ୩୭, ନୂଆପଡାରୁ ୩୭, ପୁରୀରୁ ୩୪, ସମ୍ବଲପୁରରୁ ୩୨, ଯାଜପୁରରୁ ୩୦, ଗଂଜାମରୁ ୨୬, ସୋନପୁରରୁ ୨୫, ନବରଂଗପୁରରୁ ୨୨, ରାୟଗଡାରୁ ୧୪, ଢେଙ୍କାନାଳରୁ ୧୧, ମାଲକାନଗିରିରୁ ୧୦, କନ୍ଧମାଳରୁ ୯, ବୌଦ୍ଧରୁ ୭, ଗଜପତିରୁ ୪, ଦେବଗଡରୁ ୩, ଭଦ୍ରକରୁ ୨ଓ ଷ୍ଟେଟ ପୁଲରୁ ୨୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here