30.1 C
Bhubaneswar
Saturday, April 27, 2024
Homeଓଡିଶାନୂଆବର୍ଷ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆବର୍ଷ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ଦିନକ ପରେ ନୂଆବର୍ଷ । ହେଲେ ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆଖି ତରାଟିବା ଆରମ୍ଭ କରିଥିବାରୁ ଏଥର ରାଜଧାନୀରେ ନୂଆବର୍ଷ ନିରାଡ଼ମ୍ବର ଭାବେ ପାଳନ ହେବ । ବଣଭୋଜିଠୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀରେ ଯେପରି ଭିଡ଼ ନ ଜମିବ, ସେଥିପାଇଁ କଟକଣା ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ଆଜିଠୁ ଏହା ଲାଗୁ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ, ଭୁବନେଶ୍ୱରର ବିଭିନ୍ନ ଏଣ୍ଟ୍ରି ଓ ଏକଜିଟ୍ ପଏଣ୍ଟ ସମେତ ୪୭ଟି ଛକ ଓ ସମ୍ବେଦନଶୀଳ ଜାଗାରେ ପୁଲିସ ମୁତୟନ ହେବେ । ୩ଜଣ ଅତିରିକ୍ତ ଡିସିପିଙ୍କ ତତ୍ତ୍ୱାବଧାନରେ ୮ଜଣ ଏସିପି, ୨୪ଜଣ ଇନ୍ସପେକ୍ଟର, ୪୭ ଏସଆଇ ଓ ଏଏସଆଇ, ୪୪ଜଣ ସଶସ୍ତ୍ର ପୁଲିସ ବାହିନୀ, ୨୪ଜଣ ମହିଳା କନେଷ୍ଟବଳ ଓ ୧୦୦ଜଣ ହୋମଗାର୍ଡ ମୁତୟନ ହେବ । ଏହା ସହିତ ୧୫ପ୍ଲାଟୁନ୍ ଫୋର୍ସ ମଧ୍ୟ ଛକ ସ୍ଥାନମାନଙ୍କରେ ରହିବେ ।

ଜିରୋ ନାଇଟ୍ ସେଲିବ୍ରେସନ୍ କଟକଣା ହୋଟେଲ୍, ବାର, ପବ ଗୁଡ଼ିକ ମାନୁଛନ୍ତି ନା ନାହିଁ ସେ ନେଇ ଯାଞ୍ଚ୍ କରିବ ପୁଲିସ । ନୂଆବର୍ଷ ଆସୁଥିବାରୁ ହୋଟେଲ୍ ଓ କ୍ଲବଗୁଡ଼ିକରେ ମଧ୍ୟ ସରପ୍ରାଇଜ୍ ଚେକିଂ କରାଯିବ । ସନ୍ଦିଗ୍ଧ ଗାଡ଼ି ସମେତ ଅମାନିଆ ଓ ନିଶା ସେବନ କରି ଚଳାଉଥିବା ଗାଡ଼ିଗୁଡ଼ିକ ଉପରେ କଡ଼ା ନଜର ରହିବ ବୋଲି ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଉପରେ ପୁଲିସ ପକ୍ଷରୁ ବିସ୍ତୃତ ବିବରଣୀ ଦିଆଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking