16.1 C
Bhubaneswar
Tuesday, December 12, 2023
Homeଓଡିଶାପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ - କଂଗ୍ରେସ

ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ – କଂଗ୍ରେସ

ଭୁବନେଶ୍ୱର – ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଧାୟକ, ଶ୍ରୀ ଜ୍ଞାନଦେବ ବେଉରା, ଅଧ୍ୟକ୍ଷ ପଛୁଆ ବର୍ଗ ବିଭାଗ ପ୍ରଦେଶ କଂଗ୍ରେସ କମିଟି ଓ ଶ୍ରୀ ଚିନ୍ମୟ ସୁନ୍ଦର ଦାସ ଆଜି ଲୋକସଭା ଭବନରେ ପଂଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଓଡ଼ିଶାରେ ଆଗାମୀ ପଂଚାୟତ ନିର୍ବାଚନରେ ପଛୁଆବର୍ଗମାନଙ୍କ ପାଇଁ ଉଚ୍ଛେଦ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ପୂନଃ କାଏମ କରିବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସ ଦଳ ତରଫରୁ ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହି ଦାବିପତ୍ର ଗ୍ରହଣ କରି ପ୍ରମୁଖ ଶାସନ ସଚିବ, ଏହାଉପରେ ସରକାର ତର୍ଜମା କରିବା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ଦଳ ତରଫରୁ ପ୍ରଦାନ କରାଯାଇଥିବା ଦାବି ପତ୍ରକୁ ସରକାର ବିଚାରକୁ ନନେଲେ କଂଗ୍ରେସ ଦଳ ଖୁବଶୀଘ୍ର ନ୍ୟାୟଳୟକୁ ଯିବାପାଇଁ ନିଷ୍ପତି ନେଇଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking