39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚଉଠି ରାତିରେ ସ୍ୱାମୀ ପାଦ ତଳୁ ଖସିଗଲା ମାଟି, କାରଣ କ’ଣ ପୁରା ଘଟଣା ଜାଣନ୍ତୁ....

ଚଉଠି ରାତିରେ ସ୍ୱାମୀ ପାଦ ତଳୁ ଖସିଗଲା ମାଟି, କାରଣ କ’ଣ ପୁରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ: ଚଉଠି ରାତିରେ ସ୍ୱାମୀକୁ ଲାଗିଲା ଝଟକା । ୟୁପିର ମେରଠରେ ଜଣେ ବ୍ୟକ୍ତିଙ୍କୁ ନିଜ ବିବାହ ଖୁସି ଭିତରେ ଖୁବ୍ ଜୋରରେ ଝଟକା ଲାଗିଛି । କାରଣ ବିବାହର ଚଉଠି ରାତି ଦିନ ଉକ୍ତ ବ୍ୟକ୍ତି ଜାଣିବାକୁ ପାଇଥିଲେ ଯେ, ତାଙ୍କ ନବବିବାହିତା ପତ୍ନୀ ୫ ମାସର ଗର୍ଭବତୀ ରହିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ପୋଲିସ ପାଖରେ ଅଭିଯୋଗ କରିଛନ୍ତି ସ୍ୱାମୀ । ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ତାଙ୍କ ପତ୍ନୀ ଗର୍ଭବତୀ ଥିବା କଥା ନିଜ ଶ୍ୱଶୁର ଘରେ ଜଣାଇଥିଲେ, ସେ ସମୟରେ ଓଲଟା ସେମାନେ ମିଛ ମାମଲାରେ ଫସାଇଦେବେ ବୋଲି ଧମକ ଦେଇଥିଲେ । ଏହା ବ୍ୟତୀତ ସେମାନେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ସ୍ୱାମୀ ଦେଇଥିବା ତଥ୍ୟ ମୁତାବକ, ବିବାହ ଦିନ କନ୍ୟାର ପେଟ କାଟୁଥିଲା । ତେଣୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଅଲଟ୍ରାସାଉଣ୍ଡ ରିପୋର୍ଟ ବାହାର କରାଯାଇଥିଲା । ଯାହାକୁ ଦେଖି ମହିଳାଙ୍କ ସ୍ୱାମୀ ଓ ତାଙ୍କ ଘର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରିପୋର୍ଟ ଅନୁସାରେ, ପତ୍ନୀ ୫ ମାସର ଗର୍ଭବତୀ ଥିଲେ । ତାଙ୍କ ପେଟରେ ଯାଆଁଳା ଶିଶୁ ବଢ଼ୁଥିଲେ । ତେବେ ଏହି ଅଭିଯୋଗ ହେବାପରେ ଯୁବତୀଙ୍କ ଘର ଲୋକ ଓଲଟା ଉକ୍ତ ବ୍ୟକ୍ତିଙ୍କୁ ଧମକ ଦେଉଛନ୍ତି ବୋଲି ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking