32.8 C
Bhubaneswar
Tuesday, April 16, 2024
Homeଦେଶ ବିଦେଶସ୍ୱାମୀକୁ ଛାଡି ପ୍ରେମିକାକୁ ଚାହୁଁଥିଲା ସ୍ତ୍ରୀ, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ....

ସ୍ୱାମୀକୁ ଛାଡି ପ୍ରେମିକାକୁ ଚାହୁଁଥିଲା ସ୍ତ୍ରୀ, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ଭୋପାଳ : ବିହାରର ଜୁମଇ ଜିଲ୍ଲାରେ ବାହାଘରକୁ ନେଇ ଏହି ଅଜବ ମାମଲା ସାମ୍ନାକୁ ଆସିଛି । ଯାହା ବିଷୟରେ ଯିଏ ଶୁଣୁଛି ସେ ସେହି ସ୍ୱାମୀଙ୍କୁ କରୁଛନ୍ତି ପ୍ରଶଂସା । ଏହି ମାମଲା ଗୋଟିଏ ସପ୍ତାହ ତଳେ ହୋଇଥିଲେ ମଧ୍ୟ ଏହି ଖବର ଚହଳ ସୃଷ୍ଟି କରିଥିଲା । କାହିଁକିନା ଜଣେ ସ୍ୱାମୀ କରାଇଲେ ନିଜ ସ୍ତ୍ରୀର ଦ୍ୱିତୀୟ ବିବାହ ପୁଣି ସ୍ତ୍ରୀର ପ୍ରେମିକ ସହ । ଯାହାର ପୂରା ଚିତ୍ର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ସ୍ତ୍ରୀ ବାହାଘରରେ ସ୍ୱାମୀ କରି ଥିଲା ସବୁ କାମ । ବିବାହର ସମସ୍ତ ରୀତି ନୀତି ପ୍ରଥା ପରମ୍ପରା ସ୍ୱାମୀ ନିଜେ ହିଁ କରୁଥିବା ଦେଖିବାକୁ ମିଳିଥିଲା । ତେବେ କିଛି ଲୋକ ଏ ଚିତ୍ର ଦେଖି ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକ ନିଜର ପ୍ରତିକ୍ରୀୟା ଦେଇଛନ୍ତି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ତ୍ରୀର ଦ୍ୱିତୀୟ ବିବାହ କରିଥିବା ଏହି ସ୍ୱାମୀଙ୍କ ନାମ ହେଉଛି ବିକାଶ କୁମାର । ସେ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରନ୍ତି । ଦୁଇ ବର୍ଷ ପୂର୍ବେ ସେ ସିବାନ୍ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ସ୍ତ୍ରୀ ମଧ୍ୟ ତାଙ୍କ ସହ ସେଠାରେ ରହୁଥିଲେ । ସେହିଠାରେ ହିଁ ସ୍ୱାମୀ ନିଜ ସ୍ତ୍ରୀର ଦ୍ୱିତୀୟ ବିବାହ ତାର ପ୍ରେମିକ ସହ କରାଇଛନ୍ତି । ତେବେ ଏପରି କରିବାକୁ କାହିଁକି ବିକାଶ ଚାହିଁଲେ ହାତ ଧରି ବାହା ହୋଇଥିବା ସ୍ତ୍ରୀକୁ କାହିଁକି ଚାହିଁଲେ ସ୍ତ୍ରୀର ପ୍ରେମିକ ହାତରେ ଟେକି ଦେବାକୁ । ବାହାଘରର ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ଚାଲିଥିଲା । କିନ୍ତୁ ମହିଳାଙ୍କ ପୂର୍ବ ପ୍ରେମିକ ଜାଣିବାକୁ ପାଇଥିଲେ ଯେ ସିବାନା ବାଙ୍ଗାଲୁରୁରେ ତାର ସ୍ୱାମୀ ସହିତ ରହୁଛି । ଯାହାପରେ ପ୍ରେମିକ ସହିତ ସେଠାକୁ ଚାଲିଗଲା ଏବଂ ସେଠାରେ ଚାକିରି କଲା । ଯାହାପରେ ସଚିତ ଓ ସିବାନାଙ୍କ ପ୍ରେମ ପୁଣି ଥରେ ଜାଗି ଉଠିଲା । ବିକାଶ କାମକୁ ଯିବା ପରେ ଉଭୟେ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ ଆଉ ପୂର୍ବ ଭଳି ମିଶିଚାଲିଲେ । ତେବେ ଏହି ଖବର ଯେତେବେଳେ ସ୍ୱାମୀ ବିକାଶ ପାଖରେ ପହଁଚିଲା ସେତେବେଳେ ସେ ସ୍ତ୍ରୀକୁ ବୁଝାଇଲେ କିନ୍ତୁ ପ୍ରେମିକ ପ୍ରେମରେ ଉବୁଟୁବୁ ହେଉଥିବା ସ୍ତ୍ରୀ ସ୍ୱାମୀ କଥାକୁ ଶୁଣିଲାନାହିଁ । ଆଉ ଶେଷରେ ସ୍ତ୍ରୀକୁ ତାର ପ୍ରେମିକ ସହ ବିବାହ କରାଇଦେବାକୁ ମନସ୍ତ କଲା । ଆଉ ଯେତେବେଳେ ସ୍ତ୍ରୀକୁ ଏହି କଥା ଜଣାଇଲା ସେ ତୁରନ୍ତ ରାଜି ହୋଇଗଲା । ଯାହାପରେ ସ୍ୱାମୀ ସ୍ତ୍ରୀର ପ୍ରେମିକକୁ ଡାକି ଉଭୟଙ୍କର ବିବାହ କରାଇଦେଲେ । ସମ୍ପୂର୍ଣ୍ଣ ରୀତିନୀତୀ ପରମ୍ପରା ଅନୁଯାୟୀ ସ୍ତ୍ରୀର ଦ୍ୱିତୀୟ ବିବାହ ଏକ ମନ୍ଦିରରେ କରାଇଦେଲେ ସ୍ୱାମୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking