29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ସଫା

ପାଟନା: ସୁରକ୍ଷାକର୍ମୀଙ୍କ ନକ୍ସଲ ଦମନ ଅଭିଯାନ । ବିହାରର ଲକିସରାଇ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଣ୍ଟରରେ ୩ ନକ୍ସଲ ଟଳି ପଡିଥିବା ସୂଚନା ମିଳିଛି । ଏନେଇ ବିପୁଳ ପରିମାଣର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ସୂଚନା ଅନୁଯାୟୀ, ନକ୍ସଲ ବଳେଶ୍ୱର କୋଡା ଗ୍ୟାଙ୍ଗ ସହିତ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଛି । ଏବେବି କୁମ୍ବିଂ ଅପରେସନ ଜାରି ରହିଥିବା କହିଛନ୍ତି ଲକିସରାଇ ଜିଲ୍ଲା ଏସପି ସୁଶୀଲ କୁମାର । ଲକିସରାଇ ଜିଲ୍ଲାରେ ପିର ବଜାରର ବେଙ୍ଗଲିବନ୍ଦରେ ନକ୍ସଲ ଲୁଚି ଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ପୁରା ଅଞ୍ଚଳକୁ ଘେରିଯାଇଥିଲେ ସୁରକ୍ଷାକର୍ମୀ । ପରେ ନକ୍ସଲଙ୍କ ପକ୍ଷରୁ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିମାଡ କରାଯାଇଥିଲା । ପରେ ସୁରକ୍ଷାକର୍ମୀ ମଧ୍ୟ ଏହାର ଜବାବ ଦେଇଥିଲେ । ଜମଲପୁର ଓ କଜରାର ଭିମଡ୍ୟାମ ଅଞ୍ଚଳ, ଅଭୟପୁର ଓ ଲକିସରାଇର ପିରି ବଜାରରେ ଅପରେସନ କରାଯାଇଥିଲା । ଯେଉଁଥିରେ ଏସଏସବିର ବାଟାଲିୟନ ୩୨, ବିଏସଏଫର ଟପ କମାଣ୍ଡର ଓ ପାରା ମିଲିଟାରୀ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ, ସାତ ଦିନ ପୂର୍ବରୁ, ମାଓ ଦମନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଯେଉଁଥିରେ ଜାମୁଇ, ଲକିସରାଇ, ଶେଖପୁରା ଏବଂ ମୁଙ୍ଗର ପୁଲିସ ଅଧୀକ୍ଷକଙ୍କ ସହ ପୂର୍ବତନ ଏଡିଜି ଏସସି ଏସଟି ଜେନେରାଲ୍ ଡାଇରେକ୍ଟରଙ୍କ ସହ ବୈଠକ ହୋଇଥିଲା । ଏହି ବୈଠକରେ ନକ୍ସଲ ମୁକାବିଲା ନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking