38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଗୁପ୍‌ଚୁପ୍ ପାଇଁ ସ୍ୱାମୀଙ୍କ ସହ ଝଗଡ଼ା କରି ଆତ୍ମହତ୍ୟା କଲା ସ୍ତ୍ରୀ

ଗୁପ୍‌ଚୁପ୍ ପାଇଁ ସ୍ୱାମୀଙ୍କ ସହ ଝଗଡ଼ା କରି ଆତ୍ମହତ୍ୟା କଲା ସ୍ତ୍ରୀ

ମୁମ୍ବାଇ : ଝିମିଟି ଖେଳରୁ ମହାଭାରତ । ଏହି ଉକ୍ତିଟି ଆମର ଦୈନନ୍ଦୀନ ଜୀବନରେ ସାଧାରଣ କଥାରେ ପରିଣତ ହୋଇଗଲାଣି । ଛୋଟ ଛୋଟ କଥାକୁ ନେଇ ବଡ ଘଟଣା ଘଟିଯିବା ସବୁଦିନିଆ କଥାରେ ପରିଣତ ହୋଇଗଲାଣି । ଏମିତି ଏକ ଘଟଣା ଯେଉଁଠି ଗୁପଚୁପକୁ ନେଇ ଝଗଡା ପରେ ସ୍ତ୍ରୀ ଆତ୍ମହତ୍ୟା କରିଛି । ଏମିତି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ । ୨୩ ବର୍ଷୀୟ ମହିଳା ଗୁପଚୁପକୁ ନେଇ ସ୍ୱାମୀ ସହ ଝଗଡା କରିବା ପରେ ନିଜ ଜୀବନ ହାରିଛନ୍ତି ।

ସୂଚନା ଅନୁଯାୟୀ, ସ୍ୱାମୀ କିଛି ନଜଣାଇ ଘରକୁ ଗୁପ୍‌ଚୁପ୍ ନେଇ ଆସିଥିଲେ । ହେଲେ ମହିଳା ଘରେ ରୋଷେଇ କରି ସାରିଥିଲେ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ମହିଳାଙ୍କ ନାମ ପ୍ରତୀକ୍ଷା ସରବଡେ । ସେ ୨୦୧୯ରେ ଗହିନିନାଥ ସରବଡେଙ୍କ ସହ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଘର କଥାକୁ ନେଇ ସର୍ବଦା ଝଗଡା ହେଉଥିଲା । ଭାରତୀ ବିଦ୍ୟାପୀଠ ଥାନାର ଜଣେ ଅଧିକାରୀ କହିଛନ୍ତି, ଗତ ଶୁକ୍ରବାର ପତ୍ନୀକୁ ନଜଣାଇ ସ୍ୱାମୀ ଘରକୁ ଗୁପଚୁପ୍ ନେଇ ଆସିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହେଲା । କାରଣ ମହିଳା ଘରେ ଖାଦ୍ୟ ରୋଷେଇ କରି ସାରିଥିଲେ । ଏହାର ପରବର୍ତ୍ତୀ ଦିନ ମହିଳା ବିଷ ପିଇ ଦେଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରୁଜୁ କରିଛି । ହେଲେ ପ୍ରକୃତ ଘଟଣା କ’ଣ ସ୍ତ୍ରୀ କ’ଣ ପାଇଁ ଆତ୍ମହତ୍ୟା କଲା ଜଣାପଡ଼ି ନାହିଁ । ସେ ଗୁପ୍‌ଚୁପ୍ ପାଇଁ ନା’ ଆଉ କିଛି ଘଟଣା ଥାଇପାରେ ତାହା ତଦନ୍ତ ହେଲେ ପ୍ରକୃତ ସତ୍ୟ ଜଣାପଡ଼ିବ । ଉଭୟଙ୍କ ୧୮ ମାସର ଶିଶୁ ରହିଛି । ମହିଳାଙ୍କ ବାପା ନିଜ ଜ୍ୱାଇଁ ବିରୋଧରେ ଆତ୍ମହତ୍ୟା ପାଇଁ ଝିଅକୁ ଉସୁକାଇବା ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ଗହିନିନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉଭୟଙ୍କ ବିବାହ ୨୦୧୯ରେ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking