26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଆଜିଠୁ ଷ୍ଟେସନରେ ସ୍କ୍ରିନିଂ ସେଣ୍ଟର

ଆଜିଠୁ ଷ୍ଟେସନରେ ସ୍କ୍ରିନିଂ ସେଣ୍ଟର

ଭୁବନେଶ୍ୱର: ଗତ କିଛି ମାସ ଧରି ବନ୍ଦ ହୋଇଥିବା ସ୍କ୍ରିନିଂ ପ୍ରକ୍ରିୟା ଏବେ ପୁଣି ଆରମ୍ଭ ହେବାକୁ ଯାଉଛି । କାରଣ ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ପରେ ଏବେ କରୋନା ସଂକ୍ରମଣ ବଢିବାକୁ ଲାଗିଛି । ଯାହାକୁ ନେଇ ଏବେ ସତର୍କ ହୋଇଯାଇଛନ୍ତି । ସେଥିପାଇଁ ୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ବେଶୀ ନଜର ରଖାଯାଇଛି । ପୂର୍ବରୁ ଏୟାରପୋର୍ଟରେ ସ୍କ୍ରିନିଂ ଡେସ୍କ ଥିଲା । ହେଲେ ଏବେ ଷ୍ଟେସନରେ ହେବ । ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ଟି ସ୍କ୍ରିନିଂ ସେଣ୍ଟର ହେବ । ଲକ୍ଷଣ ଦେଖାଯିବା ସଙ୍ଗେ ସଙ୍ଗେ ଆଣ୍ଟିଜେନ ଟେଷ୍ଟ ସେହି ଠାରେ କରାଯିବ । ରେଳ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟରେ କରାଯିବ ସ୍କ୍ରିନିଂ । ବସ୍ ଷ୍ଟାଣ୍ଡରେ ସ୍କ୍ରିନିଂ ଡେସ୍କ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏନେଇ ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking