43 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଇକ୍ୱାଡୋରର ୩ ଜେଲରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୭୯ କଏଦୀ ମୃତ ।

ଇକ୍ୱାଡୋରର ୩ ଜେଲରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ୭୯ କଏଦୀ ମୃତ ।

ଇକ୍ୱାଡୋର : ଲାଟିନ ଆମେରିକାର ଇକ୍ୱାଡୋରରେ ଥିବା ୩ ଟି ଜେଲରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଓ ଜେଲରୁ ପଳାୟନ କରିବାକୁ ଚେଷ୍ଟା କରି ଏବେ ଯାଏଁ ୭୯ କଏଦୀଙ୍କ ମୃତ୍ୟୁ ହୋଇସାରିଛି । ବୁଧବାର ଦିନ ନ୍ୟାସନାଲ ସର୍ଭିସ ଅଫ କମ୍ପ୍ରେହେନସଭ ଆଟେନସନ ଟୁ ଆଡଲ୍ଟସ ଅଫ ଲିବର୍ଟି ଆଣ୍ଡ ଆଡେଲୋସେଣ୍ଟ ଅଫେନ୍ସ (ଏସଏନଏଆଇ), ସୂଚନା ଦେଇଥିଲେ କି ୩ଟି ପ୍ରାନ୍ତରେ ଥିବା କଏଦୀ ମାନେ ମୃତ୍ୟୁ ବରଣ କରିଛନ୍ତି ।

ଜେଲ ପ୍ରଶାସନ ଓ ନିୟନ୍ତ୍ରଣ କରୁତିବା ସଂସ୍ଥା କହିଛନ୍ତି ଯେ, ଗୁଟୋ ମାନଙ୍କ ଭିତରେ ଏହି ଭୀଷଣ ଦଙ୍ଗା ହୋଇଥିଲା । ପ୍ରରମ୍ଭିକ ଯାଞ୍ଚ ଅନୁସାରେ ଡିସେମ୍ବରରେ ହୋଇଥିବା ଜର୍ଜ ଲୁଇସ ଜୋବ୍ରାନ ଉର୍ଫ ‘ରକ୍ସିନା’ ଯିଏକି ‘ଲସ ଚୋନରୋସ’ ର ନେତା ଥିଲା । ତାଙ୍କ ସମର୍ଥକ ମାନେ ଜେଲରେ ନିଜର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲେ ଓ ଜେଲରେ ଭାରୀ ମାତ୍ରାରେ ଅସ୍ତ୍ର ରଖିଥିଲେ । ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିବା ସହିତ ଖୋଜାଖୋଜି ଆରମ୍ଭ କରିଥିଲା । ଯାହାକୁ ନେଇ ଏହି ଗୋଷ୍ଠୀ ସଂଘର୍ଷରେ ଆରମ୍ଭ ହୋଇଥିଲା ।

ଏଥିରେ ମୋଟ ୬୨ ଜଣ କଏଦୀ ପ୍ରଥମେ ପଳାୟନ କରିବାକୁ ଉଦ୍ୟମ କରିଥିଲେ । ଏହି ଗୋଷ୍ଠୀ ସଂଘର୍ଷରେ ପ୍ରଥମ ଦିନ ୩୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ମୃତ୍ୟୁ ସଂଖ୍ୟା ଏବେ ୭୯ ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking