26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶମଣିପୁରରେ ସାନି ହିଂସା, ୫ ମୃତ

ମଣିପୁରରେ ସାନି ହିଂସା, ୫ ମୃତ

ଇମ୍ଫାଲ: ମଣିପୁରରେ ଦୁଇ ଆଦିବାସୀ ସଂପ୍ରଦାୟ ମୈତେଇ ଓ କୁକି ମଧ୍ୟରେ ଉପୁଜିଥିବା ଜାତିଗତ ହିଂସା ଥମିବାର ନାଁ ନେଉନାହିଁ । ସୋମବାର ମଣିପୁରରେ ସାନି ହିଂସା ଘଟି ପୁଲିସ କର୍ମୀଙ୍କ ସମେତ ୫ ଜଣ ପ୍ରାଣ ହରାଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି ।

ରାଜଧାନୀ ଇମ୍ଫାଲ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କୁକି ଉଗ୍ରପନ୍ଥୀ ଏବଂ ନିରାପତ୍ତାରକ୍ଷୀଙ୍କ ମଧ୍ୟରେ ଏଭଳି ସଂଘର୍ଷର ସୂତ୍ରପାତ ହୋଇଥିବା କୁହାଯାଇଛି । ଉଭୟପକ୍ଷରୁ ଗୁଳିଚାଳନା କରାଯାଇଥିବାବେଳେ ସାଧାରଣ ଲୋକେ ଏହାର ଶିକାର ପାଲଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ବିଗତ ଚାରିଦିନ ମଧ୍ୟରେ ନିରାପତ୍ତାରକ୍ଷୀଙ୍କ କାର୍ଯ୍ୟାନୁଷ୍ଠାନରେ ୪୦ ଜଣ କୁକି ଉଗ୍ରପନ୍ଥୀ ନିହତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ଘୋଷଣା କରିବାର ଦିନକ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । କୁକି ଉଗ୍ରପନ୍ଥୀମାନେ ପ୍ରଥମେ ଇମ୍ଫାଲର ଫାୟେଙ୍ଗ ଅଞ୍ଚଳରେ ଗୁଳି ଚଳାଇବାରୁ ଜଣେ ସାଧାରଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିଲା ଏବଂ ଅନ୍ୟ ଦୁଇଜଣ ଆହତ ହୋଇଥିଲେ ।

କାକ୍‌ଚିଙ୍ଗ୍ ଜିଲ୍ଲାରେ ଉଗ୍ରପନ୍ଥୀଙ୍କ ଗୁଳିରେ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଛନ୍ତିି । ଅନ୍ୟ ମୃତାହତ ଘଟଣା ସମ୍ପର୍କରେ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇନାହିଁ । ରବିବାର ସକାଳେ ଉତ୍ତ୍ୟକ୍ତ ଜନତା କାକ୍‌ଚିଙ୍ଗ୍ ଜିଲ୍ଲା ଅନ୍ତର୍ଗତ ସୁଗ୍‌ନୁ ଗ୍ରାମରେ କୁକି ସଂପ୍ରଦାୟ ଲୋକଙ୍କ ଏକାଧିକ ଘର ପୋଡିଦେଇଥିବା ଜଣାପଡିଛି । ଘଟଣା ସମୟରେ ସେନା ଯବାନମାନେ ଉକ୍ତ ଅଞ୍ଚଳକୁ ପ୍ରବେଶ ଉଦ୍ୟମ କରିଥିଲେ ସୁଦ୍ଧା ସ୍ଥାନୀୟ ଲୋକେ ସେମାନଙ୍କ ପଥ ଅବରୋଧ କରିଥିଲେ । ଏପରିକି ଉତ୍ତ୍ୟକ୍ତ ଲୋକେ ଜଣେ ବିଜେପି ବିଧାୟକଙ୍କ ଘର ଉପରେ ଆକ୍ରମଣ କରିଥିବା କୁହାଯାଇଛି ।

ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲାଠିଚାଳନା କରାଯିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ସାନି ହିଂସାପରେ ଇମ୍ଫାଲ ଇଷ୍ଟ ଓ ୱେଷ୍ଟ ଜିଲ୍ଲାରେ କର୍ଫ୍ୟୁ କଟକଣାକୁ ଅଧିକ କଡାକଡି କରାଯାଇଛି । ପୂର୍ବରୁ ସକାଳ ୫ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବାବେଳେ ବର୍ତ୍ତମାନ ଏହା ସକାଳ ୫ଟାରୁ ସକାଳ ୧୧ଟା ୩୦ ପର୍ଯ୍ୟନ୍ତ ହ୍ରାସ କରାଯାଇଛି ।

ରବିବାର ରାଜ୍ୟର ଏକାଧିକ ସ୍ଥାନରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଥିବା କୁହାଯାଇଛି । ମଣିପୁର ଜନସଂଖ୍ୟାର ୬୪ ପ୍ରତିଶତ ମୈତେଇ ସଂପ୍ରଦାୟର ହୋଇଥିଲେ ସୁଦ୍ଧା ଅଣ-ଆଦିବାସୀଭାବେ ସେମାନଙ୍କୁ ରାଜ୍ୟରେ କେବଳ ୧୦ ପ୍ରତିଶତ ଜମି କିଣିବାର ସୁଯୋଗ ମିଳୁଛି । ତେଣୁ ସେମାନେ ଆଦିବାସୀ ମାନ୍ୟତା ପାଇବାକୁ ଦାବି କରିଆସୁଛନ୍ତି । ଅପରପକ୍ଷରେ ମୈତେଇ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ନକରିବାକୁ କୁକି ସଂପ୍ରଦାୟ ଜିଦ ଧରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking