33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜୁନ୍‌ରେ ମୁମ୍ବାଇରେ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ

ଜୁନ୍‌ରେ ମୁମ୍ବାଇରେ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ

ମୁମ୍ବାଇ: ଆସନ୍ତା ଜୁନ୍‌ରେ ମୁମ୍ବାଇଠାରେ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ ଆୟୋଜିତ ହେବ ବୋଲି ଜଣାପଡିଛି । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫୦୦ ବିଧାୟକ (ଉଭୟ ବିଧାନସଭା ଓ ବିଧାନ ପରିଷଦ) ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନିକଟରେ ଜିଓ ୱାର୍ଲ୍ଡ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ କହିଛନ୍ତି ଯେ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ ଆୟୋଜିତ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।

ବିଭିନ୍ନ ଅଞ୍ଚଳର ଏମଏଲଏ ଓ ଏମଏଲସିମାନେ ସ୍ଥାୟୀ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବା, ନିଜ ନିଜର ମତାମତ ଆଦାନପ୍ରଦାନ କରିବା ଏବଂ ସେମାନଙ୍କ ରାଜ୍ୟଗୁଡିକରେ ସମ୍ବୋଧିତ କରାଯାଉଥିବା ଆହ୍ୱାନଗୁଡିକ ସମ୍ପର୍କରେ ଅବଗତ ହେବା ପାଇଁ ଏହା ଏକ ଉଚିତ ପ୍ଲାଟଫର୍ମ ବୋଲି ମଧ୍ୟ ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking