32.1 C
Bhubaneswar
Friday, April 26, 2024
Homeଓଡିଶା୩ ଜଣିଆ ବିଶେଷଜ୍ଞ ଦଳ କଲେ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ

୩ ଜଣିଆ ବିଶେଷଜ୍ଞ ଦଳ କଲେ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ

ସମ୍ବଲପୁର : ଗତ ୨୧ ତାରିଖରେ ମା’ସମଲେଶ୍ୱରୀଙ୍କ ଦର୍ଶନ କରି ମନ୍ଦିରର ପରିସର ଓ ପାରିପାଶ୍ୱର୍ିକ ଉନ୍ନୟନ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୯ ଦିନ ପରେ ଆଜି ୩ ଜଣିଆ ବିଶେଷଜ୍ଞ ଦଳ ପହଞ୍ôଚ ମନ୍ଦିର ପରିସର ପରିଦର୍ଶନ କରିଛନ୍ତି । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ସମଲେଶ୍ୱରୀ ପରିଚିତ । ତେଣୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମି ଥାଏ । ଏହା ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୧ ତାରିଖରେ ମା’ଙ୍କ ଦର୍ଶନ କରିଥିଲେ । ସେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିବା ସହ ମନ୍ଦିର ଓ ତାହାର ପାରିପାଶ୍ୱିର୍କ ଉନ୍ନୟନ, ଶ୍ରଦ୍ଧାଳୁଙ୍କ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ତେଣୁ ଖୁବ୍‌ଶୀଘ୍ର ଏକ ବିଶେଷଜ୍ଞ ଦଳ ମନ୍ଦିର ପରିଦର୍ଶନ କରିବେ ବୋଲି କହିଥିଲେ ।
ଏହାର ୯ଦିନ ପରେ ଗୁରୁବାର ଏକ ୩ଜଣିଆ ବିଶେଷଜ୍ଞ ଦଳ ଆସି ମନ୍ଦିର ପରିସର ଓ ପାରିପାଶ୍ୱିର୍କ ଉନ୍ନୟନ ଆଦି ବୁଲି ଦେଖିଛନ୍ତି । ସେମାନେ ଭୋଗ ମଣ୍ଡପ, ଜଳ ଫୁଆରା, ମାର୍କେଟ କମ୍ପେ୍ଲକ୍ସ, ମହାନଦୀ କୂଳ, ମନ୍ଦିରର ଜମି ସହ ଚତୁଃପାଶ୍ୱର୍ ବୁଲି ଦେଖିଥିଲେ । ଏଥିସହ ସେହି ଅଞ୍ଚଳର ରାଜସ୍ୱ ମ୍ୟାପ୍ ସହ ବୁଲି ଦେଖିଥିବା ସ୍ଥାନ ଗୁଡିକର ମେଳ ଖୁଆଇଥିଲେ । ବିଶେଷଜ୍ଞ ଦଳ ବୁଲୁ ଥିବାବେଳେ ବିଭିନ୍ନ ସ୍ଥାନର ଫଟୋ ଉଠାଇଥିଲେ । ଏପରିକି ମନ୍ଦିର ପରିଚାଳନା କମିଟି ସଦସ୍ୟ, ପ୍ରଶାସନ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ମତାମତ ନେବା ପରେ କିଭଳି ଉନ୍ନୟନ କରାଯିବ ତାହାର ବିସ୍ତୃତ ମାଷ୍ଟର ପ୍ଲାନ ସରକାରଙ୍କୁ ପ୍ରଦାନ କରାଯିବ । ଆବଶ୍ୟକସ୍ଥଳେ ଏହି ଦଳ ୨ରୁ ୩ଥର ଆସି ସର୍ଭେ କରିବ ବୋଲି ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କରପୋରେସନ୍‌ର ଏମ୍‌ଡି ଜୟକୃଷ୍ଣ ଦାଶ କହିଛନ୍ତି ।
ଏହି ରିପୋର୍ଟରେ ଉନ୍ନୟନ କାର୍ଯ୍ୟର ପ୍ରସ୍ତାବ ସହ ଆବଶ୍ୟକ ଅର୍ଥ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିବ । ଏହି ଦଳରେ ପୂର୍ତ୍ତ ବିଭାଗ ମାନ ନିୟନ୍ତ୍ରଣ ମୁଖ୍ୟ ଯନ୍ତ୍ରୀ ଇଂ. ଜ୍ଞାନ ରଞ୍ଜନ ବେହୁରା ଓ ଆର୍କିଟେକ୍ ଅକ୍ଷୟ ବେହୁରିଆ ସାମିଲ ଥିଲେ ଏଥିସହ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ବି.କେ ମହାନ୍ତି, ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ପୀତାମ୍ଭର ରାୟ, ହେମନ୍ତ ମିଶ୍ର, ପଞ୍ଚାନନ ତ୍ରିପାଠୀ, ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରୁ ବିକାଶ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ସମଲେଶ୍ୱରୀ ମନ୍ଦିର ବିକାଶ କଥା ଉଠିବା କ୍ଷଣି ଏହି ଅଞ୍ଚଳ ଲୋକଙ୍କ ମଧ୍ୟରେ ଛନକା ପଶିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking