32.8 C
Bhubaneswar
Tuesday, April 16, 2024
Homeଅପରାଧକାଠଫାରରେ ମାଓ କ୍ୟାମ୍ପ ଠାବ

କାଠଫାରରେ ମାଓ କ୍ୟାମ୍ପ ଠାବ

ନୂଆପଡ଼ା : ନୂଆପଡ଼ାରେ ମୁତୟନ ସିଆରପିଏଫକୁ ଏକ ବଡ଼ ସଫଳତା ମିଳିଛି । ବୁଧବାର ଅପରାହ୍ଣରେ ସିଆରପିଏଫ୍ ବାଟାଲିୟନ ୨୧୬ର ଏଫ୍‌-କମ୍ପାନୀ ବୋଡେନ ଥାନା ଭଇଁଷାଦାନୀ ନିକଟରେ ମାଓ କ୍ୟାମ୍ପ ଠାବ କରିବାସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରିଛି । ୨ଟି ବନ୍ଧୁକ ସହ ବହୁ ମରିମାଣର ଜିଲାଟିନ, ଡିଟୋନେଟର, ବାରୁଦ ଓ ମାଓ ସାମଗ୍ରୀକୁ ଯବାନମାନେ ଜବତ କରିଥିବା ସୂଚନା ମିଳିଛି । ଛତିଶଗଡ଼ରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଡ଼ୋଶୀ ରାଜ୍ୟ ଓ ନୂଆପଡ଼ା ସିଆରପିଏଫ୍ ତରଫରୁ ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଚାଲିଥିଲା । ନୂଆପଡ଼ା ସିଆରପିଏଫ୍ ୨୧୬ ବ୍ୟାଟାଲିୟାନ କମାଣ୍ଡାଣ୍ଟ ରାଜେଶ ବତ୍ସଙ୍କ ନେତୃତ୍ୱରେ ବାଟାଲିୟନର ଏଫ୍ କମ୍ପାନୀ ସୁନାବେଡ଼ା ଅଭୟାରଣ୍ୟର ବୋଡେନ ଥାନା ଭଇଁଷାଦାନୀ କାଠଫାର ଅଞ୍ଚଳରେ କମ୍ବିଂ ଅପରେସନ କରୁଥିଲେ । ଅପରାହ୍ଣ ୨ଟାରେ ସିଆରପିଏଫ୍ ଟିମ କାଠଫାର ଅଞ୍ଚଳରେ ପହଞ୍ôଚଥିଲେ । ପାହାଡ଼ ଉପରେ କମ୍ବିଂ ଅପରେସନ କରୁଥିବା ସମୟରେ ଏକ ମାଓ କ୍ୟାମ୍ପ ଦେଖିବାକୁ ପାଇଥିଲେ । କିନ୍ତୁ ପୂର୍ବରୁ କମ୍ବିଂ ଅପରେସନ ଖବର ପାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଚାଲି ଯାଇଥିବା ଯବାନମାନେ ସନ୍ଦେହ କରୁଛନ୍ତି । ସେଠାରେ ବହୁ ପରିମାଣର ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଥିଲେ ।
ଜବତ ସାମଗ୍ରୀ ମଧ୍ୟରେ ରହିଛି ୨ଟି ବନ୍ଧୁକ, ୩୧ଟ ଜିଲୋଟିନ, ୨୫ଟି ଇଲେକ୍ଟ୍ରି ଡିଟୋନେଟର, ୨ଟି ଅଣଇଲେକ୍ଟ୍ରି ଡିଟୋନେଟର, ୭.୬୨ ଏମ୍‌ଏମ୍ ୧୩ଟି ଜୀବନ୍ତ ଅମ୍ୟୁନେସନ, ଜୀବନ୍ତ ଗୁଳି ୭.୬୨, ଏମ୍‌ଏମ୍‌ର ୫ଟି, ଗୁଳି ଖୋକା ୭.୬୨ ଏମ୍‌ଏମ୍ ୧୩ଟି, ଏଳ୍ସାଇଡ ବ୍ୟାଟେରୀ ୧୨ ଭୋଲ୍ଟ ଗୋଟିଏ, ମୋବାଇଲ ଚାର୍ଜର, ଫ୍ଲେକ୍ସିବୁଲ ୱେର ୧୫ ମିଟର ଭଳି ବହୁ ମାଓ ସାମଗ୍ରୀ ସହ ରାଶନ ସାମଗ୍ରୀ, ଔଷଧ । ଏଠାରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କେ. ରାଜେଶ ସମେତ ଯବାନମାନେ ସାମିଲ ଥିଲେ । ଏନେଇ କମାଣ୍ଡାଣ୍ଟ ଶ୍ରୀ ବତ୍ସ କହିଛନ୍ତି, ବୁଧବାରଠାରୁ କମ୍ବିଂ ଚାଲିଥିଲା । ପାଟଦର୍ହା ଉପରେ ପାହାଡ଼ ମଝିରେ ଏକ ଖୋଳରେ ମାଓ ସାମଗ୍ରୀକୁ ଲୁଚାଇ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking