29.1 C
Bhubaneswar
Wednesday, May 8, 2024
Homeବଲିଉଡକରୋନା କାଳରେ ଖାଦ୍ୟ ପ୍ୟାକେଟ ପହଞ୍ଚାଇଲେ ସଲମାନ୍‌

କରୋନା କାଳରେ ଖାଦ୍ୟ ପ୍ୟାକେଟ ପହଞ୍ଚାଇଲେ ସଲମାନ୍‌

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା କହର ହୁ ହୁ ହୋଇ ବ୍ୟାପିବାରେ ଲାଗିଛି । ଏମିତିରେ କିଛି ସେଲିବ୍ରିଟି ଆବଶ୍ୟକ ଚାହୁଁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଏହି ସୂଚୀରେ ଆମେ ସୋନୁ ସୁଦ ଓ ଅକ୍ଷୟ କୁମାରଙ୍କୁ ଦେଖିଆସିଛେ । ହେଲେ ଏବେ ଏହି ସୂଚୀରେ ଆର୍ଉ ଜଣଙ୍କ ନାଁ ଯୋଡି ହୋଇଛି । ବଲିଉଡ ଦବଙ୍ଗ ଖାନ୍ ସଲମାନ ଖାନ୍ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ରବିବାର ଦିନ ସଲମାନ କଭିଡ ବିରୋଧରେ ଲଢେଇ କରୁଥିବା ଆଗଧାଡିର ଯୋଦ୍ଧାଙ୍କ ପାଇଁ ୫ ହଜାର ଫୁଡ ପ୍ୟାକେଟ ପଠାଇଛନ୍ତି । ଏହାର ସୂଚନା ଯୁବ ସେନା ସଦସ୍ୟ ରାହୁଲ କନଲ ଟ୍ୱିଟ ଜରିଆରେ ଫଟୋ ଶେୟାର କରି କହିଛନ୍ତି । ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଖାଦ୍ୟ ପଠାଇବା ପୂର୍ବରୁ ସଲମାନ ପ୍ରଥମେ ନିଜେ ପରଖୁଥିବା ନଜର ଆସୁଛନ୍ତି ।
କୋଭିଡକୁ ଦୃଷ୍ଟିରେ ରଖି ସଲମାନ ମାସ୍କ ବି ପିନ୍ଧିଛନ୍ତି । ଭିଡିଓରେ ଦେଖାଯାଉଛି ଯେ, ସେ ଖାଦ୍ୟ ପ୍ରଥମେ ଟେଷ୍ଟ କରୁଛନ୍ତି । ଖାଦ୍ୟ ପ୍ୟାକିଂ କେମିତି ହୋଇଛି ତାହା ବି ଦେଖୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking