31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଅଟୋ ପ୍ଲାଣ୍ଟକୁ ରାଷ୍ଟ୍ରୀୟକରଣ କରିବା ପାଇଁ ଋଷ ଦେଲା ଧମକ, ଜାଣନ୍ତୁ କାରଣ....

ଅଟୋ ପ୍ଲାଣ୍ଟକୁ ରାଷ୍ଟ୍ରୀୟକରଣ କରିବା ପାଇଁ ଋଷ ଦେଲା ଧମକ, ଜାଣନ୍ତୁ କାରଣ….

ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମୁନି । ଦିନ ଗଡୁଛି ଲଢ଼େଇ ବି ବଢୁଛି । ତା ସହିତ ବଢୁଛି ରୁଷ୍ ଉପରେ ବିଭିନ୍ନ ଦେଶର କଟକଣା । ରୁଷିଆରେ ବ୍ୟବସାୟ କରୁଥିବା ବିଭିନ୍ନ କମ୍ପାନୀ ମଧ୍ୟ ନିଜ କାରବାର ବନ୍ଦ କରିଛନ୍ତି । ହେଲେ ଏସବୁ ନିଷ୍ପତ୍ତି ରୁଷିଆକୁ ଆହୁରି କ୍ରୋଧିତ କରିଛି । ତେଣୁ ଧମକ ଦେଇଛି ରୁଷ୍ । ଦେଶରେ ଉତ୍ପାଦନ ବନ୍ଦ କରି ଦେଇଥିବା ବିଦେଶୀ ଗାଡ଼ି କମ୍ପାନୀର କାରଖାନାଗୁଡ଼ିକୁ ଜାତୀୟକରଣ କରିବାକୁ ଧମକ ଦେଇଛି । ଏକ ରିପୋର୍ଟ ଅନୁଯାୟୀ, ଋଷିଆ ଶାସକ ଦଳର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି କି ୟୁକ୍ରେନ୍ ଦେଶ ଉପରେ ଆକ୍ରମଣର ଜବାବରେ ଏହି କମ୍ପାନୀ ସବୁ କାର୍ଯ୍ୟ ବନ୍ଦ କରିଛନ୍ତି । ସେଥିପାଇଁ ଗାଡ଼ି କମ୍ପାନୀଗୁଡିକର କାରଖାନାକୁ ଜାତୀୟକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି । ରୁଷ୍ ଏଭଳି ପଦକ୍ଷେପ ନେଲେ ସେଠାରେ ଉତ୍ପାଦନ କରୁଥିବା ଅନେକ ବିଦେଶୀ ଅଟୋମେକରମାନଙ୍କୁ ହୁଏତ ସେଠାକାର କାରଖନା ବନ୍ଦ କରିବାକୁ ପଡ଼ଇପାରେ । ଏକ ମିଡିଆ ରିପୋର୍ଟରେ ଋଷ ଶାସକ ଦଳର ସାଧାରଣ ପରିଷଦ ସଚିବ ଆଣ୍ଡ୍ରେଇ ତୁଚର୍କ କହିଛନ୍ତି ଯେ ଯୁଦ୍ଧର ନିୟମ ଅନୁଯାୟୀ ଋଷିଆ ପ୍ରତିଶୋଧ ନେବ । ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ସଙ୍ଘ ଋଷିଆ ଉପରେ ଆର୍ôଥକ ପ୍ରତିବନ୍ଧକ ଲଗାଇଛନ୍ତି । ଯାହା ଋଷିଆର ଆର୍ôଥକ ସ୍ଥିତି ଖରାପ କରିଛି । ଏହା ଛଡ଼ା ଭୋଲଭୋ, ଫେରାରୀ, ଲମ୍ବୋର୍ଗିନି, ହୋଣ୍ଡା, ଟୟୋଟା, ଭୋକ୍ସୱେଗନ, ଜେନେରାଲ ମୋଟର୍ସ, ଜାଗୁଆର ଲ୍ୟାଣ୍ଡ ରୋଭର, ମର୍ସିଡିଜ-ବେଞ୍ଜ, ଫୋର୍ଡ ଏବଂ ବିଏମଡବ୍ଲୁ ଭଳି ଅନେକ ଅଟୋମୋବାଇଲ କମ୍ପାନୀ ଋଷିଆରେ ନିଜର କାମ ବନ୍ଦ କରି ଦେଇଛନ୍ତି । ଏହା ସହିତ ଏହି କମ୍ପାନୀଗୁଡିକ ଋଷିଆରେ ସେମାନଙ୍କର ଗାଡ଼ିର ରପ୍ତାନି ମଧ୍ୟ ସ୍ଥଗିତ ରଖିଛନ୍ତି । ରୁଷରେ ଥିବା ଅଗ୍ରଣୀ ବିଦେଶୀ ଅଟୋମୋବାଇଲ୍ ବ୍ରାଣ୍ଡ ମଧ୍ୟରୁ ହୁଣ୍ଡାଇ ହେଉଛି ଅନ୍ୟତମ । ଏହା ମଧ୍ୟ ରୁଷ୍‌ରେ ଉତ୍ପାଦନ ବନ୍ଦ କରି ଦେଇଥିଲା କିନ୍ତୁ ପରେ କହିଥିଲା କି ସପ୍ଲାଏ ଚେନ ଅସୁବିଧା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ଆଉ ଏବେ କହିଛି କି ତା କାରଖାନାରେ ପୁଣିଥରେ କାର୍ଯ୍ୟ ଆରମ୍ଭ କରାଯିବ । ଅନ୍ୟ କମ୍ପାନୀଗୁଡିକ ବିଷୟରେ କହିବାକୁ ଗଲେ, ରେନୋ ବର୍ତ୍ତମାନ ଏକ କଷ୍ଟକର ସ୍ଥିତିରେ ଅଛନ୍ତି । ଫ୍ରାନ୍ସର ଅଟୋମେକର୍ ଆଭ୍‌ଟୋଭାଜ୍ ର ମାଲିକ, ଯାହା ଲାଡା କାର ନିର୍ମାଣ କରେ । ଏହା ହେଉଛି ଋଷିଆର ସବୁଠାରୁ ଲୋକପ୍ରିୟ କାର୍ ବ୍ରାଣ୍ଡ୍ । ଏହାର ଉତ୍ପାଦନ ଚାଲୁ ରଖିବା ପାଇଁ କମ୍ପାନୀ ମାଇକ୍ରୋଚିପ୍ସର ଦେଶରେ ତିଆରି କରିବ ବୋଲି କହିଛି । ତେବେ ଅନ୍ୟ ଯେଉଁ ବିଦଶୀ କମ୍ପାନୀ ଋଷିଆରେ ନିଜର କାମ ବନ୍ଦ କରିଛନ୍ତି ସେହି କମ୍ପାନୀ ଗୁଡ଼ିକୁ ଋଷ ରାଷ୍ଟ୍ରୀୟକରଣ କରିବାକୁ ଧମକ ଦେଇଛି । ବର୍ତ୍ତମାନ ଚାଲିଥିବା ଯୁଦ୍ଧ ୟୁରୋପ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଅଟୋ ଇଣ୍ଡଷ୍ଟ୍ରିକୁ ସିଧାସଳଖ ପ୍ରଭାବିତ କରୁଛି । ୟୁକ୍ରେନ ଓ ଋଷିଆ ଅଟୋ ଶିଳ୍ପ ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେଣୁ ଯୁଦ୍ଧ ପାଇଁ ମାଇକ୍ରୋଚିପ୍ ଅଭାବ, ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଅନ୍ୟାନ୍ୟ ଉପାଦାନ ପାଇଁ ସପ୍ଲାଇ ଚେନରେ ମଧ୍ୟ ଅସୁବିଧା ଉପୁଜିଛି । ଜଳ, ସ୍ଥଳ, ଆକାଶ ସବୁ ରାସ୍ତାରେ ଯୁଦ୍ଧ ଯୋଗୁଁ ଉପୁଜିଛି ବାଧା । କୌଣସି ସାମଗ୍ରୀ ଆମଦାନୀ କି ରପ୍ତାନି ହୋଇ ପାରୁନି । ବ୍ଲାକ୍ ସି ସମୁଦ୍ର ରାସ୍ତା ହେଉ ଅବା ଆକାଶପଥ, ସବୁ ବେଳେ ମିଶାଇଲ୍‌ର ଗର୍ଜନ ଶୁଭୁଥିବାରୁ ବ୍ୟାବସାୟିକ ଜାହାଜ କିମ୍ବା ବିମାନ ଯାତ୍ରା ବନ୍ଦ କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking