29.1 C
Bhubaneswar
Saturday, April 27, 2024
Homeଓଡିଶାପଜିଟିଭ କହି ୬ ସମିତିସଭ୍ୟଙ୍କୁ ଉଠାଇନେଲେ: ଧାରଣାରେ ଗ୍ରାମବାସୀ

ପଜିଟିଭ କହି ୬ ସମିତିସଭ୍ୟଙ୍କୁ ଉଠାଇନେଲେ: ଧାରଣାରେ ଗ୍ରାମବାସୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଉତ୍ତେଜନା । ନିର୍ବାଚନ ପୂର୍ବରୁ ଜିଲ୍ଲା ପ୍ରଶାସନର କୋଭିଡ ଟେଷ୍ଟକୁ ବିରୋଧ କରାଯାଇଛି । ପଜିଟିଭ କହି ଗୋଟିଏ ଗୋଷ୍ଠୀର ୬ ସମିତିସଭ୍ୟଙ୍କୁ ଉଠାଇନେଇଛନ୍ତି ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଆମ୍ବୁଲାନ୍ସ ଡକାଇ ୬ ଜଣଙ୍କୁ ଉଠାଇନେଇଥିବା ସୂଚନା ମିଳିଛି । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଲୋକମାନେ ଧାରଣା ଦେଇଛନ୍ତି । ତେବେ ଚଳିତ ପଞ୍ଚାୟତ ନିର୍ବାଚନର ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ-୧୯ ନିୟମାବଳୀ ଅନୁସାରେ ହୋଇଥିଲା । ଏଥିପାଇଁ ମତଦାନର ପୂର୍ବଦିନ ମତଦାନ କେନ୍ଦ୍ରଗୁଡ଼ିକୁ ଭଲ ଭାବେ ବିଶୋଧନ ଏବଂ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଥିଲା । ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର କରିବା ବାଧ୍ୟତାମୂଳକ ଥିଲା । ଭୋଟ୍ ଦିନ ଭୋଟରଙ୍କ ପ୍ରବେଶ ପାଇଁ ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ୍ ସ୍କ୍ରିନିଂ ସହ ସାନିଟାଇଜର୍ ବ୍ୟବହାର କରାଯାଇଥିଲା । ପ୍ରତ୍ୟେକ ଭୋଟର ମାସ୍କ ପିନ୍ଧି ମତଦାନ କରିବା ନିୟମ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking