31.1 C
Bhubaneswar
Sunday, May 19, 2024
Homeଅପରାଧପୁଲିସକୁ ପୁଣି ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ମୂର୍ତ୍ତି ଚୋର

ପୁଲିସକୁ ପୁଣି ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ମୂର୍ତ୍ତି ଚୋର

ପୁରୀ : ପୁଲିସକୁ ପୁଣି ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ମୂର୍ତ୍ତି ଚୋର। ଦିନକୁ ଦିନ ଜିଲ୍ଲାର ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ବଢ଼ିବାରେ ଲାଗିଛି। ବିଶେଷକରି ଅଷ୍ଟଧାତୁ ମୂର୍ତ୍ତିକୁ ଟାର୍ଗେଟ କରିଛନ୍ତି ଲୁଟେରା। ଶୁକ୍ରବାର ରାତିରେ ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ବୀରନରସିଂହପୁର ଗୋପୀନାଥ ମନ୍ଦିରରୁ ୫ ଅଷ୍ଟଧାତୁ ମୂର୍ତି ଚୋରି କରିଛନ୍ତି। ଚୋରି ଯାଇଥିବା ମୂର୍ତ୍ତିର ଓଜନ ପ୍ରାୟ ୧୦୦ କେଜିରୁ ଅଧିକହେବ ବୋଲି କୁହାଯାଉଛି।

ଚୋରି ମୂର୍ତି ମଧ୍ୟରେ ଶ୍ରୀଲୋକନାଥ, ଦୋଳଗୋବିନ୍ଦ, ମା’ ଦୁର୍ଗାଙ୍କ ଦୁଇଟି ମୂର୍ତ୍ତି ରହିଛି। କେବେଳ ଲୋକନାଥଙ୍କ ମୂର୍ତି ୪୦ କେଜି ଓଜନ ହେବ। ତେବେ କିଛି ମାସ ହେବ ଜିଲ୍ଲାରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ। ଗତ ୮ ତାରିଖରେ ଚନ୍ଦନପୁର ପୁଲିସ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରିବା ପରେ ସତେଯେମିତି ମୂର୍ତ୍ତି ଚୋର ଆହୁରି ସକ୍ରିୟ ହୋଇପଡିଛନ୍ତି। ଗତ ୯ ତାରିଖରେ କଣାସ ବ୍ଲକ ଶ୍ରୀମୁକୁନ୍ଦପୁର ଗ୍ରାମର ବହୁ ପ୍ରାଚୀନ ଈଶାନେଶ୍ବର ମନ୍ଦିରରୁ ଶିବ ପାର୍ବତୀ ଓ ରାଧାକୃଷ୍ଣଙ୍କ ଅଷ୍ଟଧାତୁ ମୂର୍ତ୍ତି ମଧ୍ୟ ଲୁଟ୍ ହୋଇଥିଲା। ଏପର୍ଯ୍ୟନ୍ତ ପୁଲିସ କିଛି ସୁରାକ ପାଇନଥିବା ବେଳେ ପୁଣି ଲୁଟ୍ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking