28.1 C
Bhubaneswar
Saturday, April 27, 2024
Homeଅପରାଧନିର୍ବାଚନ ପୂର୍ବରୁ ଧରପଗଡ଼ : ଜଙ୍ଗଲରୁ ୨୦ଲକ୍ଷ ଟଙ୍କାର ମଦ ଜବତ

ନିର୍ବାଚନ ପୂର୍ବରୁ ଧରପଗଡ଼ : ଜଙ୍ଗଲରୁ ୨୦ଲକ୍ଷ ଟଙ୍କାର ମଦ ଜବତ

ଚାନ୍ଦପୁର: ଆଗକୁ ପଞ୍ଚାୟତ ନିର୍ବଚନ ।  ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରଖବାକୁ ପୂର୍ବରୁ ଘୋଷଣା କରାଯାଇଥିବାବେଳେ ଏହାରି ଭିତରେ ଚୋରା ବେପାରୀମାନେ ସକ୍ରୀୟ ହୋଇପଡ଼ିଛନ୍ତି । ତେବେ ଅବକାରୀ ବିଭାଗ ବି ଜାଗତିଆର ।  ଏହି କ୍ରମରେ ଟାଙ୍ଗୀ ଅବକାରୀ ପୁଲିସ ନାଚୁଣୀ ଜଙ୍ଗଲ ମଧ୍ୟରେ ଚଢ଼ଉ କରି ୨୦ ଲକ୍ଷରୁ ଅଧିକ ଟଙ୍କାର ଦେଶୀ ମଦ ଜବତ କରିଛି । ଏହା ସହ ଜଣେ ଟ୍ରକ୍ ଚାଳକଙ୍କୁ ଗିରଫ କରିଛି । ଚୋରା ମଦ ଚୋରା ଚାଲାଣ ଅଭିଯୋଗରେ ଅବକାରୀ ପୁଲିସ ଗୋଟିଏ ଆଇଚର ଟ୍ରକ୍ ସହ ଆଉ ଗୋଟିଏ ୪୦୭ ଟ୍ରକ୍ ଜବତ କରିଥିବା ଜଣାପଡ଼ିଛି ।

ଗତକାଲି ରାତିରେ ନୟାଗଡ଼ରୁ ବାଲୁଗାଁକୁ ବିପୁଳ ପରିମାଣର ଚୋରା ଦେଶୀ ମଦ ଚାଲାଣ କରାଯାଉଥିବା ନେଇ ଖବର ଟାଙ୍ଗୀ ଅବକାରୀ ପୁଲିସ୍ ନିକଟରେ ପହଞ୍ଚିଥିଲା । ଅବକାରୀ ଇନସ୍ପେପକ୍ଟର ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ନାଚୁଣୀ ଷଣ୍ଢ ଛକ ନିକଟରେ ଅବକାରୀ ପୁଲିସ ସହ ଫ୍ଲାଇଂ ସ୍କ୍ୱାର୍ଡର ପୁଲିସ ସାଦା ପୋଷାକରେ ଛକି ରହିଥିଲେ ।

ଖବର ମୁତାବକ ଦେଶୀ ମଦ ବୋଝେଇ ୪୦୭ ଓ ଆଇଚର ଟ୍ରକ୍ ଦୁଇଟି ନାଚୁଣୀ ଜଙ୍ଗଲରେ ପହଞ୍ଚିବା କ୍ଷଣି ଅବକାରୀ ଓ ପୁଲିସ ଟିମ୍ ଘେରିଯାଇଥିଲେ । ତେବେ ଅନ୍ଧାରର ସୁଯୋଗ ନେଇ ଜଣେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ବେଳେ ଜଣେ ଟ୍ରକ୍ ଚାଳକ ଧରାପଡ଼ିଥିଲେ । ଗାଡ଼ି ଦୁଇଟିରେ ୧୪୦୦ ପେଟି ଚୋରା ଦେଶୀ ମଦ ଥିବା ଅନୁମାନ କରାଯାଉଛି । ବାଲୁଗାଁ ଅଞ୍ଚଳର ଜଣେ ମଦ ବେପାରୀ ଚୋରାରେ ଏହି ମଦ ମଗାଇଥିବା ଜଣାପଡ଼ିଛି । ଏନେଇ ତଦନ୍ତ କରୁଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking