33.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶକେତେ ବିପଦ ଆରପିଜି?

କେତେ ବିପଦ ଆରପିଜି?

ନୂଆଦିଲ୍ଲୀ :ମୋହାଲିରେ ଆରପିଜି ଦ୍ୱାରା ଆକ୍ରମଣ ହୋଇଛି । ଏହି ଆକ୍ରମଣ ସୂଚନା ଦେଉଛିକି ଏହା କୈାଣସି ଆତଙ୍କୀ ବା ବିଦ୍ରୋହୀ ସଂଗଠନ ର କାର୍ଯ୍ୟ ଅଟେ । କାରଣ ଏହି ହତିଆର କୈାଣସି ଛୋଟ ଅପରାଧି ଙ୍କ ପାଖରେ ନ ଥାଏ । ଏହି ହତିଆର କୁ ପୁଲିସ କମାଣ୍ଡୋ ଫୋର୍ସ, ମିଲିଟ୍ରି, ସ୍ପେଶାଲ ଫୋର୍ସ ବା ଆତଙ୍କବାଦୀ ମାନେ ବ୍ୟବହାର କରିଥାନ୍ତି । ଆତଙ୍କୀ ମାନଙ୍କର ଦେଶରେ ଏହାର କଳାବାଜରୀ ମଧ୍ୟ ହୋଇଥାଏ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜର୍ମାନୀ ଏକ ଆଣ୍ଟି ଟ୍ୟାଙ୍କ ହତିଆର ତିଆରି କରିଥିଲା । ଯାହାର ନାମ ଥିଲା ପାଂଜେରଫଷ୍ଟ । ଏହା ଗୋଟିଏ ଥରରେ ଟ୍ୟାଙ୍କ କୁ ଧ୍ୱଂସ କରିଦେଇଥାଏ । ଏହାକୁ ଜଣେ ମାତ୍ର ବ୍ୟକ୍ତି ବ୍ୟବହାର କରି ପାରିବ ।ଏହାର ଓଜନ ରହିଥିଲା ୬.୨୫ କିଲୋଗ୍ରାମ । ଏକ ମିଟର ଲମ୍ବା ଏହି ହତିଆର ୧୯୪୨-୧୯୪୫ ଯାଏଁ ୮୨.୫୪ ଲକ୍ଷ ୟୁନିଟସ୍ ତିଆରି ହୋଇଥିଲା । ପାଂଜେରଫଷ୍ଟ ର ୪ ଟି ଭର୍ସନ ରହିଥିଲା ।୩୦, ୬୦, ୧୦୦ ଏବଂ ୧୫୦ । ୪ଟି ର ଅଲଗା ଅଲଗା ରେଂଜର ରହିଥିବା ବେଳେ ଏସବୁ ଶକ୍ତିଶାଳୀ ହତିଆର ଥିଲା । ତେବେ ଏହି ଶକ୍ତିଶାଳୀ ହତିଆର ପରେ ରୁଷିଆ ଏହାର ନୂଆ ଭର୍ସନ ତିଆରି କରିବା ପାଇଁ ଚାହିଁଲା । କାନ୍ଧରେ ରଖି ଫାୟାର ହୋଇପାରୁଥିବା ମିଶାଇଲ ବା ରକେଟ ତିଆରି କରିବା ପାଇଁ ଯୋଜନା କଲା । ଏହା ପରେ ଆରମ୍ଭ ହେଲା ରୁଷ ର ଆରପିଜି -୨ ର ନୂଆ ଭର୍ସନ । ରୁଷ ର ଆରପିଜି -୨ ର ପ୍ରୋଗ୍ରାମ ଏବେ ଆରପିଜି -୩୦ ଯାଏଁ ପହଁଚିଲାଣି । ଆରପିଜି ଦ୍ୱାରା ଯେତେବେଳେ ଫାୟାର କରାଯାଇଥାଏ ତେବେ ଏହାର ଗୁଳି ୩୮୩ ଫିଟ ପ୍ରତି ସେକେଣ୍ଡରେ ବାହାରି ଥାଏ ।ଏହା ସହ ଏଥିରେ ଲାଗିଥିବା ରକେଟ ଏହାର ଗତିକୁ ବଢାଇ ଦେଇଥାଏ । ଲଂଚ ରେ ଫାୟରିଙ୍ଗ ହେବା କାରଣରୁ ଏଥିରୁ ବାହାରୁ ଥିବା ଗ୍ୟାସ ର ପ୍ରଭାବରେ ଗ୍ରେନେଡ ର ବେଗ ବଢିଥାଏ ।ଗ୍ରେନେଡ ରେ ଥିବା ପାଇରୋ ଏବଂ ରିଟାର୍ଡିଙ୍ଗ ଗନ ପାଉଡର ମିଶି ଯାଇଥାଏ । ଫଳରେ ଏହା ମାଡ ହେବା ଦ୍ୱାରା ବହୁତ ଜୋର ରେ ବିସ୍ଫୋରଣ ହୋଇଥାଏ । ମଣିଷ , ଟ୍ୟାଙ୍କର ବା ବସ୍ତୁ ସବୁକୁ ଧ୍ୱଂସ କରିଦେଇଥାଏ । ଆରପିଜି ପ୍ରତି ମିନିଟ ରୁ ୪-୫ ଥର ଫାୟାର କରିଥାଏ । ୫ ମିଟର ଦୂରତାରୁ ଆରମ୍ଭ କରି ୯୦୦ ମିଟର ଦୂର ଯାଏଁ ଫାୟାରିଂ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking