33.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶମୋହାଲି ବିସ୍ଫୋରଣ, ଦୋଷୀଙ୍କ ପ୍ରତି ହେବ କଠୋର କାର୍ଯ୍ୟାନୁଷ୍ଠାନ

ମୋହାଲି ବିସ୍ଫୋରଣ, ଦୋଷୀଙ୍କ ପ୍ରତି ହେବ କଠୋର କାର୍ଯ୍ୟାନୁଷ୍ଠାନ

ମୋହାଲି : ଗତକାଲି ରାତିରେ ମୋହାଲି ରେ ହୋଇଛି ବିସ୍ଫୋରଣ । ପଂଜାବ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି କି , ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ । ଦୋଷୀ କୁ ଦଣ୍ଡ ଦିଆଯିବ । ଏଥିରେ ବ୍ୟବହୃତ ବିସ୍ଫୋଟକ ଟିଏନଟି ର ବୋଲି ସନ୍ଦେହ କରାଯାଉଛି । ପଂଜାବ ର ମୋହାଲି ରେ ହୋଇଥିବା ବିସ୍ଫୋରଣ ରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପୁଲିସ ଅଧିକାରୀ ଙ୍କ ସହ ବୈଠକ କରିଛନ୍ତି । ଏହା ସହ ଘଟଣା ର ପୁରା ରିପୋର୍ଟ ମାଗିଛନ୍ତି । ପଂଜାବ ପୁଲିସ ର ଖୁପିଆ ଇଣ୍ଟେଲିଜେନ୍ସ ୟୁନିଟ ଏହାର ତଦନ୍ତକରୁଛି । ପଂଜାବ ର ଶାନ୍ତି ନଷ୍ଟ କରୁଥିବା ଦୋଷୀ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ୱିଟ କରି କହିଛନ୍ତି କି , ମୌହାଲି ରେ ହୋଇଥିବା ବ୍ଲାଷ୍ଟ ରେ ପୁଲିସ ତଦନ୍ତ କରୁଛି । ଯିଏ ବି ପଂଜାବ ରେ ଅଶାନ୍ତି ସୃଷ୍ଟି କରିଛି ତାକୁ କ୍ଷମା ଦିଆଯିବନାହିଁ । ସୂଚନା ଅନୁଯାୟୀ, ମୋହାଲିର ସେକ୍ଟର ୭୭ ରେ ଥିବା ପୁଲିସ ମୁଖ୍ୟାଳୟ ରେ ସୋମବାର ଦିନ ରାତି ରେ ରକେଟ ମାଧମରେ ଗ୍ରେନେଡ ଆକ୍ରମଣ କରାଯାଇଥିଲା । ଏହି ଘଟଣା ରେ କେହି ଆହତ ହୋଇ ନଥିବା ସୂଚନା ରହିଛି । ତେବେ ଏହି ଘଟଣା ର ତଦନ୍ତ ପରେ ଦୋଷୀ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking