35.1 C
Bhubaneswar
Wednesday, May 8, 2024
Homeଓଡିଶାଉଦିତନଗର ପରେଡ଼ ପଡିଆରେ  ଖୋଲିଲା 200 ଦୋକାନ

ଉଦିତନଗର ପରେଡ଼ ପଡିଆରେ  ଖୋଲିଲା 200 ଦୋକାନ

ରାଉରକେଲା: ସହରର ଉଦିତନଗର ପରେଡ଼ ପଡିଆରେ ଆଜିଠୁ ଖୋଲିଲା ବଜାର। ପାଖାପାଖି 200 ଦୋକାନ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବଜାରରେ ମାଛ,ଆଳୁ,ପିଆଜ ସହ ବିଭିନ୍ନ ପନିପରିବା ମଧ୍ୟ ମିଳିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବିକ ସପ୍ତାହରେ କେବଳ 3 ଦିନ ପାଇଁ ମାଛ ମାଂସ ଦୋକାନ ଖୋଲା ରହିବ।ପରିବା ହୋଲସେଲ ବଜାର ଗୁଡିକ ରେଡ୍ ଜୋନ ରେ ଆସିବା ପରେ ସହରରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଉଦିତନଗର ପଡିଆ ରେ ଦୋକାନ ଖୋଲା ଯିବା ପରେ ଲୋକେ ଟିକେ ଆଶ୍ବସ୍ତି ଅନୁଭବ କରିବା ସହ ପରିବା କିଣିବାକୁ କୌଣସି ଅସୁବିଧା ଭୋଗ କରିବେ ନାହିଁ।

 ସାରନଗରୀରେ ହେଉନି ରାସାନିୟକ ବିଶୋଧନ ସିଞ୍ଚନ


 
ରାଉରକେଲା  : ଦକ୍ଷିଣ ରାଉରକେଲା  ସାରନଗରୀ ସମେତ ଆଖପାଖ ଅଂଚଳରେ ଏଯାଏ ରାସାନିୟକ ବିଶୋଧନ ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ । ଫଳ ସ୍ୱରୂପ ଅଂଚଳରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ରାଉରକେଲାର କରୋନା ପ୍ରଭାବିତ କଂଟେନମେଂଟ ଅଂଚଳ ସମେତ ଅନ୍ୟ ଅଂଚଳରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଡ୍ରୋନ ଓ ଅନ୍ୟ ତରିକାରେ ରାସାନିୟକ ବିଶୋଧନ ସିଞ୍ଚନ କରାଯାଉଥିବା ବେଳେ, ଦକ୍ଷିଣ ରାଉରକେଲାରେ ଆରଏସପି ତଥା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ଅଂଚଳବାସୀଙ୍କୁ ବିସ୍ମିତ କରିଛି । ଦକ୍ଷିଣ ରାଉରକେଲା ଅଂଚଳରେ ରହିଛି ୫୦ରୁ ଉର୍ଦ୍ଧ ବସ୍ତି । ଏହି ସବୁ ବସ୍ତିରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ତଦ୍ରୁପ କହିଲେ ବୋଧେ ଭୁଲ ହେବ ନାହିଁ । ଏ କ୍ଷେତ୍ରରେ ବସ୍ତି ଗୁଡ଼ିକରେ ଏବେ ଠାରୁ ପ୍ରଶାସନ ସଜାଗ ରହି ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଲାଗି ବିଭିନ୍ନ ବସ୍ତି ପକ୍ଷରୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking