31.1 C
Bhubaneswar
Friday, March 29, 2024
Homeଅପରାଧଆନ୍ତଃରାଜ୍ୟ ବାଇକ ଚୋର ରାକେଟର ପର୍ଦାଫ।ସ,୩୯ ବାଇକ ଜବତ ୧୧ ଗିରଫ

ଆନ୍ତଃରାଜ୍ୟ ବାଇକ ଚୋର ରାକେଟର ପର୍ଦାଫ।ସ,୩୯ ବାଇକ ଜବତ ୧୧ ଗିରଫ

କଳାହାଣ୍ଡି  : ଦୀର୍ଘ ଚାରିମାସର ଅପରେସନ ପରେ  କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ପୁଲିସର ମିଳିତ ଅପରେସନରେ ଧରା ପଡ଼ିଛନ୍ତି ଏକ ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଦଳ । ଓଡ଼ିଶାରୁ ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଯାଏଁ ଲମ୍ବିଥିବା ଏହି ର‌୍ୟାକେଟ୍‌ର ପର୍ଦ୍ଦାଫାସ କରିବା ସହ ଏକାଥରକେ ୩୯ଟି ବାଇକ୍ ଉଦ୍ଧାର କରିବାରେ ସକ୍ଷମ ହୋଇଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି । କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ, ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଅପରେସନ ଆରମ୍ଭ କରିଥିଲେ ।   ଜିଲ୍ଲା ତଥା ଜିଲ୍ଲା ବାହାରରେ ଚଢଉ କରି ୩୯ଟି ଚୋରି ବାଇକ୍ ଉଦ୍ଧାର କରିଥିଲେ । ଏହାସହ ଏଥିରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ଅବିନାଶ ସାହୁଙ୍କ ସମେତ ରମାକାନ୍ତ ନାଏକ, ସୁଧୀର ହରିଜନ, ସାଗର ହରିଜନ, ଦିବ୍ୟଭୂଷଣ ବୁଦ୍ଧିଆ, ମଣ୍ଟୁ ହରିଜନ, ଠାକୁର ସୁନାନୀ, ଚନ୍ଦନକଂସ ବେହେରା, ଅମିତ କୁମାରଙ୍କ ସହିତ ଦୁଇଜଣ ନାବାଳକଙ୍କୁ ଗିରଫ କରିଛି ପୁଲିସ । ତେବେ ଘଟଣାର ଖୋଳତାଡ କରିବା ପରେ ପୁଲିସକୁ ଏତେବଡ ସଫଳତା ମିଳିବା ପଛରେ ଥିବା କାରଣ ସାମ୍ନାକୁ ଆସିଛି । ସୂଚନାନୁଯାୟୀ, ଗତ ୨୦୧୯ ଡିସେମ୍ବର ମାସ ୩ ତାରିଖରେ ବିଶ୍ୱନାଥପୁର ସହରର ବ୍ୟବସାୟୀ ପ୍ରମୋଦ କୁମାର ଗୋୟଲଙ୍କ ହୀରୋ ସୁପର ସ୍ପେ୍ଲଣ୍ଡର ବାଇକ୍ ଚୋରି ହେବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ସେତେବେଳେ ବିଶ୍ୱନାଥପୁର ଥାନା କେସ୍ ନଂ ୪୯/୨୦୧୯ରେ ଏକ ମାମଲା ରୁଜୁ ହୋଇ ଖୋଜାଖୋଜି ଚାଲିଥିଲା ।
ଅନୁସନ୍ଧାନ ସମୟରେ ଏହି ସୁପର ସ୍ପେ୍ଲଣ୍ଡର ବାଇକ୍‌ଟିକୁ ଅମିତ କୁମାର ନାମକ ଜଣେ ଯୁବକ ଚୋରି କରିଥିବା ଜଣାପଡିଥିଲା । ପୁଲିସ ଏହି ଘଟଣାରେ ଅମିତକୁ ଥାନାକୁ ଆଣି ପଚରାଉଚୁରା କରିବାବେଳେ ଅମିତ ଠାରୁ ଏହି ଆନ୍ତରାଜ୍ୟ ବାଇକ୍ ଚୋରି ର‌୍ୟାକେଟ୍‌ର ସନ୍ଧାନ ମିଳିଥିଲା । ଏହାପରେ ଏସପିଙ୍କ ନିର୍ଦ୍ଦେଶରେ ବିଶ୍ୱନାଥପୁର ଥାନାଧିକାରୀ ଶ୍ରୀମତୀ ମାଝୀ, ଲାଞ୍ଜିଗଡ ଥାନାଧିକାରୀ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ପଚରା ଉଚୁରା ପରେ ଅବିନାଶ ଅନ୍ୟସବୁ ବାଇକ୍ ଚୋରି ସଂପର୍କରେ ସ୍ୱୀକାର କରିବା ସହ ତାର ସହଯୋଗୀମାନଙ୍କ ନାମ ପ୍ରକାଶ କରିଥିଲା । ଏହାସହ ଲାଞ୍ଜିଗଡ, ବିଶ୍ୱନାଥପୁର, ଛତ୍ରପୁର, ରାୟଗଡା ଜିଲ୍ଲା ମୁନିଗୁଡା, ବିଷମକଟକ ସମେତ ଗଞ୍ଜାମ, ଭୁବନେଶ୍ୱର,ବଲାଙ୍ଗିର, କନ୍ଧମାଳ, ନବରଙ୍ଗପୁର ତଥା ଛତିଶଗଡ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଚଢଉ କରି ୩୯ଟି ବାଇକ୍ ଉଦ୍ଧାର କରିଥିଲା ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking