28.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରବଳ ବର୍ଷାରେ ବୀରମିତ୍ରପୁର-ରାଏବଗା ରାସ୍ତା ଜଳମଗ୍ନ, ଯାତାୟତ ବାଧାପ୍ରାପ୍ତ

ପ୍ରବଳ ବର୍ଷାରେ ବୀରମିତ୍ରପୁର-ରାଏବଗା ରାସ୍ତା ଜଳମଗ୍ନ, ଯାତାୟତ ବାଧାପ୍ରାପ୍ତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଛି । ଫଳରେ ବୀରମିତ୍ରପୁର-ରାଏବଗା ରୋଡ଼ ପାଣି ଜମି ରହିଛି । 15 କିଲୋମିଟର ବ୍ୟାପୀ ରାସ୍ତାରେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଥିବାରୁ ଲୋକମାନଙ୍କୁ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି ।  କେତେକ ସ୍ଥାନରେ ରାସ୍ତା ପାର୍ଶ୍ଵ ଦୋକାନରେ ମଧ୍ୟ ବର୍ଷା ପାଣି ପଶି ଯାଇଥିବାରୁ ଆସବାବପତ୍ର ନଷ୍ଟ ହୋଇଯାଇଛି । ପ୍ରତିବର୍ଷ ବର୍ଷାରେ ଏପରି ରାସ୍ତା ଉପରେ ପାଣି ଅଟକି ରହୁଛି ରାସ୍ତାକଡ଼ରେ ଥିବା ଡ୍ରେନରେ ଆବର୍ଜନା ପାଇଁ ବର୍ଷାପାଣି ନିଷ୍କାସିତ ହୋଇ ପାରୁନଥିବାରୁ ଏପରି ଅସୁବିଧା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ବର୍ଷାମାଡ଼ରେ ହତାଶ ଚାଷୀ

ରାଉରକେଲା: କୋରୋନା କଷ୍ଟ ଦୁଃଖ ବଢାଇଥିବାବେଳେ ଏବେ ବର୍ଷା ପରିବା ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି । ଏନେଇ ଚାଷୀକୂଳ ଏବେ ହତାଶ ହୋଇପଡିଛନ୍ତି । ଅନେକ କଷ୍ଟ କରି ଏମାନେ ପରିବା ଚାଷ କରିଥିଲେ, କିନ୍ତୁ କୋରୋନା ଯୋଗୁଁ ବଜାର ମିଳିଲା ନାହିଁ । ଫଳରେ କେଉଁଠି ପରିବା ପଚିସଢି ନଷ୍ଟ ହେଲା ତ ଆଉ ଆଉ କେଉଁଠି ଶସ୍ତାରେ ପରିବା ବିକ୍ରି କରିବାକୁ ବାଧ୍ୟ ହେଲା ଚାଷୀ । ଏବେ କେତେକ ଅଞ୍ଚଳରେ ଚାଷୀ ଧାନ ଚାଷ ପାଇଁ ବିହନ ବୁଣିଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଜମି ସବୁ ପୋଖରୀ ହୋଇଯାଇଛି । ତେବେ ଆଗାମୀ ଦିନରେ ଫସଲ ମଧ୍ୟ ହେବ ନାହିଁ ବୋଲି ଏମାନେ ନିଶ୍ଚିତ ହୋଇସାରିଲେଣି । ଏବେ କୌଣସି ଉପାୟ ନପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ |

ବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା : ଜଣେ ମୃତ

ରାଜଗାଙ୍ଗପୁର :  ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଂନମୁରୁ ଛକ ନିକଟସ୍ଥ ରାଜ୍ୟ ରାଜପଥ ୧୦ ବିଜୁ ଏକ୍ସପ୍ରେସ ୱେ ରେ ଆଜି ସକାଳ ୯.୩0 ମିନିଟ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଆଜି ସକାଳେ ଏକ ବାଇକରେ ଯାଉଥିବା ଦୁଇ ଆରୋହି ରାସ୍ତାରେ କୌଣସି କାରଣରୁ ତଳେ ପଡିଯାଇଥିଲେ ଏହି ସମୟରେ ପଛପଟୁ ଆସୁଥିବା ଏକ ମଲ୍ଟି ଏକ୍ସେଲ ଟ୍ରକ ଓଡ଼ି ୧୬ଜି ୫୬୬୯ ମାଲ ବୋଝେଇ ଟ୍ରକଟି ହଠାତ ବ୍ରେକ ମାରିବା ଯୋଗୁ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ଏବଂ ଦୁର୍ଭାଗ୍ୟ ବଶତଃ ମୋଟର ସାଇକେଲ ର ଜଣେ ଆରୋହୀ ଅମିତ ମାଝୀ(୧୩) ଙ୍କ ଉପରେ ଟ୍ରକ ଡାଲା ଟି ପଡି ଯାଇଥିଲା ବେଳେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ସାଥି ଆରୋହି ବିପିନ ମାଝୀ (୨୩)ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡିଛି । ମୃତକଙ୍କ ପରିଚୟ ବଡ଼ଗାଁ ପାମରା ର କାଂଶପଡା ଅଞ୍ଚଳର ବୋଲି ଜଣା ପଡିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking