40.1 C
Bhubaneswar
Thursday, April 25, 2024
Homeଓଡିଶାଚାଷୀଙ୍କ ସବସିଡି ଟଙ୍କା ଘୋଟାଲା, ମେସିନ ନାହିଁ କି ଟଙ୍କା ନାହିଁ

ଚାଷୀଙ୍କ ସବସିଡି ଟଙ୍କା ଘୋଟାଲା, ମେସିନ ନାହିଁ କି ଟଙ୍କା ନାହିଁ

କଳାହାଣ୍ଡି- ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଧାନ ରୁଆ ମେସିନ କିଣା ସବସିଡ୍ ଟଙ୍କାରେ ଘୋଟାଲା । ସବ୍‌ସିଡି ଟଙ୍କା ଚାଷୀକୁ ଯୋଗାଣ ହୋଇ ନଥିବା ବେଳେ ଏହି ଟଙ୍କା ଉଠାଇ ଚଳୁ କରି ଦିଆଯାଇଥିବା ସାଂଘାତିକ ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯାହା ବ୍ୟାଙ୍କ ଆକାଉଣ୍ଟରେ ସବସିଡି ଟଙ୍କା ଉଠାଣ ହୋଇଛି ସେହି ହିତାଧିକାରୀ  ନା ରୁଆ ମେସିନ ବିଷୟରେ କିଛି ଜାଣିଛି ନା ସବସିଡି ଟଙ୍କା ବିଷୟରେ । ଏଭଳି କେଳେଙ୍କାରୀ ହୋଇଛି କଳାହାଣ୍ଡି ଜିଲ୍ଲାରେ ।
ଚାଷୀଙ୍କ ସବସିଡ୍‌ ଅର୍ଥ ଘୋଟାଲା ।ଧାନ ରୁଆ ମେସିନ୍‌ କିଣା ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କାର ସବ୍‌ ସିଡ୍‌। ଭବାନୀପାଟଣା ସଦର ବ୍ଲକ ପାଲସିପଡାର କାନ୍ତି ଭୋଇ । ଅନ୍ୟ ଘରେ ମୁଲ ଲାଗିଲେ ଘର ଚଳେ । ହେଲେ କୃଷି ବିଭାଗର ରିପୋର୍ଟ ଅନୁଯାୟୀ  ୨୦୧୯  ଆର୍ଥିକ ବର୍ଷରେ ଧାନ ରୁଆ ମେସିନ୍‌ କିଣା ବାବଦକୁ ତାଙ୍କୁ ସରକାରୀ ସବସିଡି ଦେଢ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇ ୨ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ମେସିନ୍‌ କିଣିଥିବା ଦର୍ଶାଯାଇଛି । ହେଲେ କାନ୍ତି ଭୋଇ ଏ ସଂପର୍କରେ କିଛି ବି ଜାଣି ନାହାନ୍ତି । ନା ତାଙ୍କୁ ମେସିନ୍ ମିଳିଛି ନା ତାଙ୍କ ପାଖକୁ କୌଣସି ଅର୍ଥ ଆସିଛି ।
   କେବଳ କାନ୍ତି ନୁହନ୍ତି ଏଭଳି କଲମପୁର ବ୍ଲକ ର ଭଲୁବୁଟରୁ ଗାଁର ଦୌତାରୀ ଶବର, ଟେମରା ଗାଁର ପଙ୍କଜିନି ନାଏକଙ୍କ ଭଳି ୨୦ ଜଣ ଚାଷୀଙ୍କ ନାଁରେ ଏଭଳି ମେସିନ୍ କିଣାଯାଇଥିବା ଦର୍ଶାଯାଇଛି । କେବଳ କାଗଜ କଲମରେ ମେସିନ ଯୋଗାଇ ହିତାଧିକାରୀଙ୍କ ପିଛା ଦେଢ ଲକ୍ଷ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି ।
୨୦୧୮ ରୁ ୨୦୨୦ ଆର୍ଥିକ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ୨୦ ଜଣ ହିତାଧିକାରୀଙ୍କ ନାଁରେ ଏଭଳି ଘୋଟାଲା ହୋଇଛି । ଜଗତସିଂପୁରର ଶୀତଲ ଏଗ୍ରୋ ଇନପୁଟ୍ କଂପାନୀ ଧାନ ରୁଆ ଯନ୍ତ୍ର ଯୋଗାଇଥିବା ଦର୍ଶାଯାଇଛି। ତେବେ ଏବି ଠକେଇ କେବଳ କଳାହାଣ୍ଡି ଜିଲ୍ଲାରେ ସୀମିତ ରହିନାହିଁ । ନବରଂଗପୁର, ପୁରୀ ଜିଲ୍ଲା ରେ ମଧ୍ୟ ଶୀତଲ ଏଗ୍ରୋ ଶହ ଶହ ହିତାଧିକାରୀ ନାଁ ରେ ଏମିତି ମେସିନ୍‌ ଯୋଗାଇ ଥିବା ଚର୍ଚ୍ଚ।ଜୋର ଧରିଛି ।ଘୋଟାଲାକୁ ଶୀତଲ ଏଗ୍ରୋ ଇନପୁଟ କଳାହାଣ୍ଡି ଜିଲ୍ଲାରେ ମଧ୍ୟସ୍ଥି ଥିବା ଦେବାଂଶ ଏଗ୍ରୋ ଡିଲର ସ୍ବୀକାର କରିଛନ୍ତି ।
ଏହି କେଳେଙ୍କାରୀର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ତେବେ ଏ ନେଇ କଳାହାଣ୍ଡି କୃଷି ଉପ-ନିର୍ଦ୍ଦଶେକଙ୍କ ସହ ଯୋଗାଯୋଗ କରିବାରୁ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେଇ ପାରିବେ ନାହିଁ ବୋଲି କହିଥିଲେ । ହେଲେ ଠକେଇ ବିଷୟରେ ସେ ଅବଗତ ଥିବା ପ୍ରକାଶ କରିଛନ୍ତି ।
କୃଷି ଯନ୍ତ୍ରପାତି କିଣା ଉପରେ ସରକାରଙ୍କ ସବସିଡି ଅର୍ଥ ପ୍ରଦାନ ପାଇଁ ଅନେକ ନୀତି ନିୟମ ରହିଛି । ଏହାସତ୍ବେ କିପରି ହିତାଧିକାରୀଙ୍କ ଅଜଣାତରେ ବିନା ଯନ୍ତ୍ରପାତି ଯୋଗାଣରେ କୋଟି କୋଟି ଟଙ୍କା ସବସିଡି ଉଠାଇ ନିଆଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘୋଟାଲା ପଛରେ କାହାର ହାତ ରହିଛି ? ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ଗୁମର ଫିଟିବ ବୋଲି ଆଶା କରାଯାଉଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking