27.1 C
Bhubaneswar
Wednesday, May 8, 2024
Homeଅପରାଧସାବଧାନ: କଳା ପଲ୍‌ସର୍‌ରେ ଝାଡ଼ଖଣ୍ଡୀ ଲୁଟେରା

ସାବଧାନ: କଳା ପଲ୍‌ସର୍‌ରେ ଝାଡ଼ଖଣ୍ଡୀ ଲୁଟେରା

ରାଉରକେଲା,(ସୁବୋଧ ନାୟକ): ସ୍ମାର୍ଟ ସିଟି ରାଉରକେଲାରେ ସତେ ଯେପରି ଲୁଟ୍‌ରୁ ନିସ୍ତାର ନାହିଁ । ଲୁଟେରା ମାନେ ଦିନରାତି କିଛି ମାନୁନାହାନ୍ତି । ବିଗତ ୬ ମାସ ମଧ୍ୟରେ ସହରରେ ବଢି ଚାଲିଛି ବେଧଡ଼କ ଲୁଟ୍ । କିଛି ଲୁଟେରା ମାନଙ୍କୁ ପୁଲିସ ଧରିବାରେ ଯଦିଓ ସଫଳ ହୋଇଛି, ତେବେ ଏବେ ମଧ୍ୟ ବହୁ ଲୁଟେରା ପୁଲିସ ପଂଝାରୁ ବାହାରେ । ବିଗତ କିଛି ଦିନ ହେଲା ପୁଣି ଦେଖାଦେଇଛି କଳା ପଲସର ଆତଙ୍କ । ଲୁଟେରା ମାନେ ପଲସରରେ ଆସି ଟଙ୍କା, ସୁନାଚେନ ଅନାୟସରେ ଲୁଟି ଆଖି ପିଛୁଳାକେ ଘଟଣାସ୍ଥଳରୁ ଛୁ ମାରୁଛନ୍ତି । ପରବର୍ତୀ ଅବସ୍ଥାରେ ଏନେଇ ଲୁଟର ଶୀକାର ବ୍ୟକ୍ତି ଥାନାର ଦ୍ୱାରସ୍ଥ ହେଉଥିଲେ ହେଁ, ଲୁଟେରାଙ୍କୁ ଠାବ କରିବା ପୁଲିସ ପାଇଁ କାଠିକର ପାଠ ହୋଇ ପଡ଼ିଛି । ବର୍ତମାନ ରାଉରକେଲା ସୀମାନ୍ତବର୍ତି ବୀରମିତ୍ରପୁର, ଝାଡଖଣ୍ଡର ମନୋହରପୁର, ବାନୋ ଆଦି ଅଂଚଳରୁ ଝାଡଖଣ୍ଡୀ ଲୁଟେରା ମାନେ ସହରରେ କଳାପଲସର ଧରି ପଇଁତରା ମାରୁଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ।
ଏହି ଲୁଟେରା ମାନେ ଲୁଟ କରିବାକୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର କିଛି ଅସାମାଜିକ ଯୁବକଙ୍କ ହାତ ମିଳାଇ ଲୁଟର ବ୍ଲୁ ପ୍ରୀଂଟ ପ୍ରସ୍ତୁତ କରୁଛନ୍ତି! ସହରର ବିଭିନ୍ନ ବ୍ୟାଙ୍କ, ବଡ଼ବଡ଼ ସପିଙ୍ଗ ମଲ, ରେଷ୍ଟୁରାଂଟ ଆଦିରେ ଛକି ରହି, ପରବର୍ତୀ ଅବସ୍ଥାରେ ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଉଛନ୍ତି । ସମୟ ସମୟରେ ଲୁଟେରା ମାନେ ଲୁଟ ସମୟରେ ବ୍ୟକ୍ତି ଜଣଙ୍କୁ ଆକ୍ରମଣ କରୁଥିବା ମଧ୍ୟ ନଜିର ରହିଛି । ରାଉରକେଲାର କିଛି ପ୍ରମୁଖ ଛକ ଯେପରି ଟ୍ରାଫିକ ଗେଟ, ବିଶ୍ରା ଛକ, ଆମ୍ବାଗାନ ଛକ, ପାନପୋଷ ଛକ, ଆମ୍ବେଦକର ଛକ ଆଦିରେ ପୁଲିସ କର୍ମୀ ମୁତୟନ ରହୁଥିବା ବେଳେ ଅନେକ ଛକରେ ପୁଲିସ କର୍ମୀ ମାନଙ୍କୁ କୁଆଡ଼େ ଦେଖିବାକୁ ମିଳୁନଥିବା ଅଭିଯୋଗ ଉଠିଛି । ଯାହାକି ଅସାମାଜିକ ତତ୍ୱଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସଦୃଶ ଭାବେ ଉଭା ହେଉଛି ।ବାରମ୍ବାର ସହରର ରାଜପଥ ଓ ଗଳିକନ୍ଦି ରାସ୍ତାରେ ଲୁଟ ଘଟଣା ବୃଦ୍ଧି ପାଉଥିବାରୁ ଲୋକେ ରାତି ହେଲେ ରାସ୍ତାରେ ଯିବାକୁ ଭୟ ପ୍ରକାଶ କରୁଛନ୍ତି! ଏପରିସ୍ଥଳେ କଳା ପଲସର ଧାରୀ ଲୁଟେରା ମାନଙ୍କୁ ରାଉରକେଲା ପୁଲିସ ପ୍ରଶାସନ ଲଗାମ ଦେବାକୁ ବୁଦ୍ଧିଜିବୀ ମହଲରେ ଦୃଢ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking