32.1 C
Bhubaneswar
Friday, April 26, 2024
Homeଓଡିଶାବିଦ୍ୟୁତଘାତରେ ଗଲା ମହିଳାଙ୍କ ଜୀବନ

ବିଦ୍ୟୁତଘାତରେ ଗଲା ମହିଳାଙ୍କ ଜୀବନ

ରାଉରକେଲା : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ବ୍ରିଟାନିଆ କଲୋନୀରେ ରହୁଥିବା ଜଣେ ମହିଳାଙ୍କ ବିଦ୍ୟୁତଘାତରେ ଶୋଚନୀୟ ମୃତ୍ୟୁ ହୋଇଛି । ଏହି ଘଟଣା ଅଂଚଳରେ ଶୋକର ଲହରୀ ଖେଳାଇ ଦେଇଛି । ମୃତ ମହିଳା ଜଣଙ୍କ ହେଲେ ଶେଫାଳୀ ବାଉରୀ(୪୫) । ପୁଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ମିଳିଥିବା ସୂଚନା ଅନୁଯାୟୀ, ବ୍ରିଟାନିଆ କଲୋନୀରେ ରହୁଥିବା କହ୍ନେଇ ବାଉରୀଙ୍କ ପତ୍ନୀ ଶେଫାଳୀ ଗତକାଲି ବୁଧବାର ସଂଧ୍ୟା ପ୍ରାୟ ୫.୩୦ ମିନିଟରେ କହ୍ନେଇ ଘର ପାଖରେ ଯାଇଥିବା ଏକ ଜିଆଇ ତାରରେ ଓଦା ଲୁଗା ଶୁଖାଉଥିବା ବେଳେ, ବିଦ୍ୟୁତ ପ୍ରବାହ ଯୋଗୁ ଶେଫାଳି ତଳେ କଚାଡ଼ି ହୋଇ ପଡ଼ି ଯାଇଥିଲେ । ଏହା ପରେ ସେ ଅଚେତ ହୋଇ ଯିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଚିକିତ୍ସା କାଳରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ଆଇଡ଼ିଏଲ ଫାଣ୍ଡି ପୁଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ଫାଶୀ ଦେଇ ଛାତ୍ରୀଙ୍କ ଆତ୍ମହତ୍ୟା

ରାଉରକେଲା: ଜଣେ କଲେଜ ଛାତ୍ରୀ ଚୁନିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀଙ୍କ ନାମ ସୁନୀତା ଦାସ(୨୨) । ଦେଓଗାଁ ତ୍ରୀନାଥ କଲୋନୀରେ ରହୁଥିବା ପ୍ରତାପ ଦାସ ଦିନ ମଜୁରିଆ ଭାବେ କାମ କରନ୍ତି । ସବୁଦିନ ଭଳି ପ୍ରତାପ କାମକୁ ବାହାରି ଯାଇଥିଲେ । ମୃତ ସୁନୀତାଙ୍କ ମା’ ମଧ୍ୟ କିଛି କାମରେ ଘରୁ ବାହାରକୁ ଯାଇଥିଲେ । ସୁନୀତା ନିଜ  ରୁମ ମଧ୍ୟରେ ଥିବା ଲୁହା ପାଇପରେ ଚୁନି ଲଗାଇ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତ କାଳରେ ଅନୁମାନ କରିଛି । ଜଲଦା ଫାଣ୍ଡି ପୁଲିସ ମୃତ ଯୁବତୀଙ୍କ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଲହରୀ ଖେଳାଇ ଦେଇଛି ।

ଆଦିବାସୀଙ୍କ ସଂଗ୍ରାମ ଦିବସ ‘ହୁଲ୍ ମାହା’ ପାଳିତ


ରାଉରକେଲା: ନୟାଡେରାର ଟୁଙ୍ଗୁରିଟୋଲା ଠାରେ ଥିବା ସିଦ୍ଧ,କାହ୍ନୁ ଯୁବକ ସଂଘ ପରିସରରେ ଆଦିବାସୀଙ୍କ ସଂଗ୍ରାମ ଦିବସ ହୁଲ୍ ମାହା ସାମାଜିକ ଦୂରତାକୁ ଅବଲମ୍ବନ କରି ପାଳିତ ହୋଇ ଯାଇଛି । ଏହି ଦିନରେ ବୀର ସିଦ୍ଧ ମୁର୍ମୁୁ, କାହ୍ନୁ ମୁର୍ମୂ, ଚାନ୍ଦ ମୁର୍ମୁ, ଭାଇରବ ମୁର୍ମୁ, ଫୁଲ ଏବଂ ଝାନ ମୁର୍ମୁ ମାନେ ନେତୃତ୍ୱ ନେଇଥିଲେ । ଉକ୍ତ ସଂଗ୍ରମା ୧୮୫୫ ମସିହା ଜୁନ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିଲା । ଏହି ପରିପେକ୍ଷୀରେ ଆୟୋଜିତ ଏକ ନିରାଡମ୍ବର ସଭାରେ ଗାଁ ମୁଖିଆ ଧାନ କିସକୁ, ପୂଜକ ବିପୋୟ କୁମାର ବାସ୍କେ, ଗ୍ରାମ ବାସିନ୍ଦା ମାନଙ୍କ ମଧ୍ୟରେ ସାଲୁଖ ମୁର୍ମୁ, ଖେଲା ହେମ୍ବ୍ରମ, ଗତୀ ହାସଁଦା, କାଲେୟାନ ନାଥ ସରେନ ଓ ଅନ୍ୟ ଲୋକମାନେ ଉପସ୍ଥିତ ରହି ସଭାକୁ ସଫଳ ମଣ୍ଡିତ କରିଥିଲେ । ସୁଦାମ ଟୁଡୁ ଏବଂ ବୟଦ ନାଥ ହେମ୍ବ୍ରମ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking