29.1 C
Bhubaneswar
Tuesday, May 7, 2024
HomeUncategorizedରାଉରକେଲାର 16 ନମ୍ବର ସେକ୍ଟର ଏ-1ରୁ  ଏ-36 କଣ୍ଟେନମେଣ୍ଟ ଜୋନ

ରାଉରକେଲାର 16 ନମ୍ବର ସେକ୍ଟର ଏ-1ରୁ  ଏ-36 କଣ୍ଟେନମେଣ୍ଟ ଜୋନ

ରାଉରକେଲା: ସହରର 16 ନମ୍ବର ସେକ୍ଟର ଏ-1ରୁ ସେକ୍ଟର ଏ-36 ପର୍ଯ୍ୟନ୍ତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଜଣେ 64 ବର୍ଷୀୟ ବ୍ୟକ୍ତି COVID-19ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ।  କୋରୋନା ଆକ୍ରାନ୍ତ ବ୍ୟକ୍ତି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଓ ୱାର୍ଡ ବୟଙ୍କୁ କ୍ବାରେଣ୍ଟାଇନରେ ପଠାଯାଇଛି । ବୁଧବାର ସନ୍ଧ୍ୟାରେ ବ୍ୟକ୍ତି ଜଣକ ନିଶ୍ବାସ ନେବାରେ କଷ୍ଟ ପାଇବାକୁ ଇସ୍ପାତ ଜେନେରାଲ ହସପିଟାଲ ଆସିଥିଲେ ।

ଆକ୍ରାନ୍ତ ସଂସ୍ପର୍ଶରେ ଆସି କ୍ବାରେନଣ୍ଟାଇନରେ ଆଇଜିଏଚ ମେଡିକାଲ କର୍ମଚାରୀ

ରାଉରକେଲା: ଶୁକ୍ରବାର ଆସିଥିବା ରାଜ୍ୟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 3ଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ସୂଚନା ଓ ଲୋକ ସମ୍ପୂର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସେମାନଙ୍କ ମଧ୍ୟରୁ ଆଇଜିଏଚରେ ଜଣେ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ବୁଧବାର ସନ୍ଧ୍ୟାରେ ବ୍ୟକ୍ତି ଜଣଙ୍କୁ ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଆଇଜିଏଚରେ ଭର୍ତ୍ତି ହୋଇଥିଲେ । ଉକ୍ତ ବ୍ୟକ୍ତି ଜଣକଙ୍କ କୋରୋନା ଟେଷ୍ଟ ହୋଇଥିଲା । ତେବେ ତାଙ୍କର ରିପୋର୍ଟ ଗୁରୁବାର ପଜିଟିଭ ଆସିବା ପରେ ଆଇଜିଏଚକୁ ସାନିଟାଇଜ କରାଯାଉଛି । ଏଥିସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ଏବଂ ୱାର୍ଡବୟ କ୍ବାରେନଣ୍ଟାଇନରେ ରହିଛନ୍ତି । 

ହେକେଟ୍ ରୋଡ଼ରେ କୃତିମ ପୋଖରୀ, ଯାତ୍ରୀ ପ୍ରଭାବିତ

ରାଉରକେଲା: ଗତ ଏକ ସପ୍ତାହ ଧରି ମଝିରେ ମଝିରେ ବର୍ଷା ହେବା ଫଳରେ ହେକେଟ ରୋଡ଼ ରାସ୍ତା କାଦୁଅରେ ପୂର୍ଣ୍ଣ ହୋଇ ଯାଇଛିା ଏହା ବ୍ୟତୀତ ହେକେଟ ରୋଡ଼ ଜଳାର୍ଣ୍ଣବ ହେବା ଦ୍ୱାରା କୃତିମ ପୋଖରୀ ସୃଷ୍ଟି ହୋଇଛି । ଏହି ରାସ୍ତା ଦେଇ ସାଧାରଣତଃ ଦକ୍ଷିଣ ରାଉରକେଲା, ସାରନଗରୀ, ଲାଠିକଟା ବ୍ଲକର ଲୋକମାନେ ନିତିଦିନିଆ କାର୍ଯ୍ୟରେ ରାଉରକେଲାର ବିଭିନ୍ନ ଅଂଚଳକୁ ଯାଇଥାନ୍ତି । ମାତ୍ର ଏହି ରାସ୍ତା ପ୍ରାୟ ୨ ବର୍ଷରୁ ଉର୍ଦ୍ଧ ହେବ ଆବଡ଼ା ଖାବଡ଼ା ହୋଇ ପଡ଼ିବା ଯୋଗୁ ଯାତ୍ରୀ ମାନଙ୍କ ପାଇଁ କାଳ ସାଜିଛି । ଦୁଇ ଚକିଆ ମୋଟର ସାଇକେଲ ଓ ସାଇକେଲରେ ଯାତ୍ରୀ ମାନେ ଏହି ରାସ୍ତା ଦେଇ ଯିବା ସମୟରେ ଅନେକ ସମୟରେ ବିପଦର ସମ୍ମୁଖୀନ ହୋଇ ଦୁର୍ଘଟଣାର ଶୀକାର ହେବା ନଜିର ରହିଛି । ବର୍ତମାନ ବର୍ଷାରେ ଏଠାରେ କୃତିମ ପୋଖରୀ ସୃଷ୍ଟି ହେବା ଯୋଗୁ ବହୁ କଷ୍ଟରେ ଲୋକେ ରାସ୍ତାରେ ଯିବା ଆସିବା କରିବା ଦେଖିବାକୁ ମିଳୁଛି । ଏହି ରାସ୍ତାକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking