26.1 C
Bhubaneswar
Wednesday, May 8, 2024
Homeଖେଳୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ନେତୃତ୍ୱ ନେବେ ରୋହିତ

ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ନେତୃତ୍ୱ ନେବେ ରୋହିତ

ନୂଆଦିଲ୍ଲୀ : ଆସନ୍ତା ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଅହମ୍ମଦାବାଦ ଓ କୋଲ୍‌କାତାରେ ଖେଳାଯିବାକୁ ଥିବା ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ସୀମିତ ଓଭର୍ ସିରିଜ୍‌ରେ ଘରୋଇ ଭାରତୀୟ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା । ଏହି ଡାହାଣହାତୀ ଓପନର ଜଣକ ଇତିମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ସିରିଜ୍ ସକାଶେ ଚଳିତ ସପ୍ତାହରେ ଟିମ୍ ଘୋଷଣା ହେବାକୁ ଥିବା ବେଳେ ଆହୁରି କେତେ ଜଣ ଖେଳାଳିଙ୍କ ଫିଟ୍‌ନେସ୍ ଉପରେ ସମସ୍ତଙ୍କ ନଜର ରହିଛି । ଏହି ଖେଳାଳିଙ୍କ ମଧ୍ୟରେ ପେସର୍ ଭୁବନେଶ୍ୱର କୁମାର ଓ ଭେଟେରାନ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ରହିଛନ୍ତି । ତେବେ ହାମଷ୍ଟ୍ରିଙ୍ଗ୍ ଇନ୍‌ଜୁରୀ କାରଣରୁ ଗତ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ୍ ଓ ଦିନିକିଆ ସିରିଜ୍ ଖେଳିପାରି ନ ଥିବା ରୋହିତ ବେଙ୍ଗାଲୁରୁସ୍ଥିତ ଏନ୍‌ସିଏଠାରେ ରିହାବିଲିଟେସନ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥତା ଲାଭ କରିବା ସହ ଫିଟ୍‌ନେସ୍ ମଧ୍ୟ ପାଇଛନ୍ତି ।

ଇଣ୍ଡିଜ୍ ବିପକ୍ଷ ସିରିଜ୍ ଆରମ୍ଭ ବେଳକୁ ରୋହିତ ପାଖାପାଖି ସାଢ଼େ ୭ ସପ୍ତାହର ବିଶ୍ରାମ ପାଇସାରିଥିବେ ବୋଲି ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ ଏକ ଇଂରାଜୀ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି । ତାଙ୍କ କହିବାନୁସାରେ, ରୋହିତ ଇତିମଧ୍ୟରେ ମୁମ୍ବାଇଠାରେ ଟ୍ରେନିଂ ଆରମ୍ଭ କରିସାରିଛନ୍ତି ଓ ଖୁବଶୀଘ୍ର ଏନ୍‌ସିଏରେ ଫିଟ୍‌ନେସ୍ ଟେଷ୍ଟ୍ ଦେବେ । ଅବଶ୍ୟ ସେଠାରେ କେବଳ ତାଙ୍କୁ ଔପଚାରିକ ଫିଟ୍ ଘୋଷଣା କରାଯିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି । ଅନ୍ୟପକ୍ଷରେ ଟେଷ୍ଟ୍ ଟିମ୍‌ର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେଇସାରିଥିବାରୁ ତାଙ୍କ ସ୍ଥାନରେ ରୋହିତ ଏହି ଲମ୍ବା ଫର୍ମାଟ୍‌ର ନେତୃତ୍ୱ ବି ନେବାର ସମ୍ଭାବନା ରହିଛି । ଅବଶ୍ୟ ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ୱକପ୍ ଓ ଆସନ୍ତା ବର୍ଷର ଦିନିକିଆ ବିଶ୍ୱକପ୍ ଖେଳାଯିବାକୁ ଥିବାରୁ ଉଭୟ ଦଳର ଅଧିନାୟକ ଭାବେ ରୋହିତଙ୍କ ଚାପ ଉପରେ ମଧ୍ୟ ବିସିସିଆଇ ଅଧିକାରୀମାନେ ବିଚାର କରି ଏ ଦିଗରେ ନିଷ୍ପତ୍ତି ନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking