40.1 C
Bhubaneswar
Saturday, April 27, 2024
Homeଅପରାଧଏସ୍‌ଟିଏଫ୍ ଚଢ଼ଉ : ୪ କେଜି ବ୍ରାଉନ୍‌ସୁଗର ଜବତ, ଅଭିଯୁକ୍ତ ଛୁ’

ଏସ୍‌ଟିଏଫ୍ ଚଢ଼ଉ : ୪ କେଜି ବ୍ରାଉନ୍‌ସୁଗର ଜବତ, ଅଭିଯୁକ୍ତ ଛୁ’

ନୟାଗଡ: ନୟାଗଡ଼ ସହରରେ ଏସ୍‌ଟିଏଫ୍ ପକ୍ଷରୁ ବଡ଼ଧରଣର ଚଢ଼ଉ ହୋଇଛି । ଚଢ଼ଉବେଳେ ବିପୁଳ ପରିମାଣର ବ୍ରାଉନ୍‌ସୁଗର, ପୁଳା ପୁଳା ଟଙ୍କା, ପିସ୍ତଲ ଓ ଗୁଳିଗୁଳା ଭଳି ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସୋମବାର ବିଳମ୍ବିତ ରାତିରେ ନୟାଗଡ଼ ସହରର ଉଦୟପଥସ୍ଥିତ ଏକ ଭଡ଼ା ଘରେ ଏହି ଚଢ଼ଉ କରାଯାଇଥିଲା । ମାତ୍ର ଚଢ଼ଉବେଳେ ଅଭିଯୁକ୍ତ ଚକମା ଦେଇ ଏସ୍‌ଟିଏଫ୍ ହାତରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏସ୍‌ଟିଏଫ୍ ସେଠାରୁ ୪ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗର ୬୫ଲକ୍ଷରୁ ଅଧିକ ଟଙ୍କା ସହ ଦୁଇଟି ବନ୍ଧୁକ, ୪୩ ରାଉଣ୍ଡ ଅଫୁଟା ଗୁଳି, ଟଙ୍କା ଗଣା ମେସିନ୍‌, ୭ ଟି ମାଗାଜିନ୍ ଜବତ କରିଥିବା ଜଣାପଡ଼ିଛି ।
ନୟାଗଡ ସହରର ଉଦୟପଥରେ ବନିତା ଦାଶଙ୍କ ଏକ ଦୁଇମହଲା ଘର ରହିଛି ।

ଘରମାଲିକ ଭୁବନେଶ୍ୱରରେ ରହୁଥିବାବେଳେ ଗତ ୩ ମାସ ତଳେ ଲିସା ମହାନ୍ତି ବୋଲି ନିଜକୁ ପରିଚୟ ଦେଇ ଜଣେ ମହିଳା ଘର ଭଡ଼ା ନେଇଥିଲେ । ଘରେ ଲିସା, ତାଙ୍କର ସ୍ୱାମୀ ଏବଂ ଏକ ଛୋଟ ଛୁଆ ରହୁଥିଲେ । ମହିଳାଜଣଙ୍କ ନିଜ ନାଁ ଲିସା ମହାନ୍ତି କହିଥିବାବେଳେ ଘର ମାଲିକଙ୍କୁ ଦେଇଥିବା ଆଧାର କାର୍ଡରେ ମାନ୍ୟତା ମହାପାତ୍ର ଏବଂ ଘର ଖୋର୍ଦ୍ଧ ସହରର ଜେମାଦେଈସାହି ଉଲ୍ଲେଖ ରହିଛି । ତେବେ ମହିଳାଙ୍କ ସ୍ୱାମୀଙ୍କ ପରିଚୟ ଜାଣିନଥିବା ଘର ମାଲିକ ସୂଚନା ଦେଇଛନ୍ତି । ମହିଳାଙ୍କ ସ୍ୱାମୀ ନୟାଗଡ଼ରେ ମାଛ ବେପାର କରୁଥିବା ଘରମାଲିକଙ୍କୁ ଜଣାଇଥିବା ସେ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଯେ, ନୟାଗଡ଼ ଟାଉନ ଥାନା ତଥା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଏଭଳି ଅପରାଧିକ କାର୍ଯ୍ୟକଳାପ ଚାଲିଥିଲା ବେଳେ ପୁଲିସ ପ୍ରଶାସନ କିଭଳି ଏହାର ସୁରାକ ପାଇନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking