34.1 C
Bhubaneswar
Thursday, March 28, 2024
Homeଖେଳକ୍ୱାର୍ଟର୍‌ରେ ହାରିଲେ ସାନିଆ-ରାଜୀବ ଯୋଡ଼ି

କ୍ୱାର୍ଟର୍‌ରେ ହାରିଲେ ସାନିଆ-ରାଜୀବ ଯୋଡ଼ି

ନୂଆଦିଲ୍ଲୀ : ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ରେ ଭାରତର ଚାଲେଞ୍ଜ୍ ଶେଷ ହୋଇଛି । ମଙ୍ଗଳବାର ପ୍ରତିଯୋଗିତାର ମିକ୍ସଡ ଡବଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ସାନିଆ ମିର୍ଜା-ରାଜୀବ ରାମ ଯୋଡ଼ି ପରାଜୟ ବରଣ କରିଛନ୍ତି । ପୂର୍ବରୁ ରୋହନ୍ ବୋପନ୍ନା ଡବଲ୍ସ ମୁକାବିଲାରେ ପ୍ରଥମ ରାଉଣ୍ଡ୍‌ରୁ ପରାସ୍ତ ହୋଇଥିଲେ । ତେବେ ସାନିଆ-ରାଜୀବ ଯୋଡ଼ି ଜବରଦସ୍ତ ପ୍ରଦର୍ଶନ ପୂର୍ବକ କ୍ୱାର୍ଟର୍‌ରେ ପହଞ୍ଚିଥିଲେ ହେଁ ଏହି ରାଉଣ୍ଡ୍‌ରେ ସେମାନଙ୍କୁ ଅଷ୍ଟ୍ରେଲୀୟ ଯୋଡ଼ି ଜେସନ୍ କୁବଲର୍‌-ଜେମି ଫୋର୍ଲିସ୍ ୬-୪, ୭-୬(୭/୫)ରେ ପରାସ୍ତ କରିଛନ୍ତି । ଏହି ମ୍ୟାଚ୍‌ଟି ଏକ ଘଣ୍ଟା ୩୦ ମିନିଟ୍‌ରେ ଶେଷ ହୋଇଥିଲା । ପୂର୍ବରୁ ସାନିଆ ମହିଳା ଡବଲ୍ସରେ ତାଙ୍କ ଯୋଡ଼ିଦାର ୟୁକ୍ରେନ୍‌ର ନାଡିଆ କିଚେନୋକଙ୍କ ସହ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇସାରିଥିଲେ । ଅଷ୍ଟ୍ରେଲିଆନ୍ ଓପନ୍‌ରେ ଶେଷ ଥର ପାଇଁ ଭାଗ ନେଉଥିବା ସାନିଆ ଗତ ୨୦୦୯ରେ ମହେଶ ଭୂପତିଙ୍କ ସହ ଏହି ଟୁର୍ଣ୍ଣାମେଣ୍ଟ୍ ମିକ୍ସଡ ଡବଲ୍ସରେ ଚାମ୍ପିଅନ୍ ହୋଇଥିଲେ । ଏହାଛଡ଼ା ୨୦୧୬ରେ ସେ ମାର୍ଟିନା ହିଙ୍ଗିସ୍‌ଙ୍କ ସହ ମିଶି ମହିଳା ଡବଲ୍ସରେ ମଧ୍ୟ ଟାଇଟଲ୍ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking