30.1 C
Bhubaneswar
Thursday, May 9, 2024
Homeଓଡିଶାଓଡିଶାରେ ଚାଲିବ ନବୀନ ଇଞ୍ଜିନ : ପାଣ୍ଡିଆନ

ଓଡିଶାରେ ଚାଲିବ ନବୀନ ଇଞ୍ଜିନ : ପାଣ୍ଡିଆନ

ନୂଆପଡା: ଓଡିଶାରେ କେବଳ ନବୀନ ଇଞ୍ଜିନ ଚାଲିବ। ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ ଇଞ୍ଜିନ ଥିଲା, ସିଙ୍ଗଲ ଇଞ୍ଜିନ ହୋଇଗଲା। ଏବେ ଆଉ ଗୋଟେ ଇଞ୍ଜିନ ଆସିଛି । ଯଦି ଡବଲ ଇଞ୍ଜିନ ଭଲ କାମ କରୁଛି ତେବେ ଗୋଟେ ଇଞ୍ଜିନ କାହିଁକି ବନ୍ଦ ହୋଇଗଲା ବୋଲି କାର୍ତ୍ତିକ ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ନୂଆପଡାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ ଏଭଳି କହିଛନ୍ତି । ଏହି ଅବସରରେ ପାଣ୍ଡିଆନ  ଗତ ମେ’ ମାସରେ ନୂଆପଡା ଗସ୍ତ ସମୟରେ ପାଇଥିବା ଆବେଦନପତ୍ର ଉପରେ ମୁଖ୍ୟମନ୍ତ୍ରୀ କି କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ତାର ହିସାବ ମଧ୍ୟ ଦେଇଛନ୍ତି। ସ୍କୁଲ, କଲେଜ, ଧର୍ମାନୁଷ୍ଠାନ ସମ୍ପର୍କିତ ସବୁ ସମସ୍ୟାର ସମାଧାନ ହୋଇସାରିଛି। କେବଳ ନୂଆପଡା ନିର୍ବାଚନମଣ୍ଡଳିକୁ ୧୩୧ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ମିଳିଛି । ପାଟୋରା ଯୋଗେଶ୍ବରୀ ମନ୍ଦିରର ରୂପାନ୍ତରଣ ପାଇଁ ୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସୁନ୍ଦେଇ ମନ୍ଦିରର ବିକାଶ ପ୍ରକଳ୍ପକୁ ବି ମଂଜୁରୀ ମିଳିଛି । ଏଥିସହିତ ସୁନାବେଢା ରାସ୍ତା କାମ ଆରମ୍ଭ ହୋଇଛି । ଛଅ ମାସ ମଧ୍ୟରେ କାମ ସରିବ ବୋଲି ସେ କହିଛନ୍ତି। ସେହିପରି ୫ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୫୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ନୂଆପଡାରେ ନିର୍ମିତ ହୋଇଛି ବହୁମୁଖୀ ଇଣ୍ଡୋର ହଲ। ନିର୍ବାଚନ ଆସିଲେ ଅନ୍ୟଦଳର ବହୁ ନେତାମାନେ ଆସିବେ, ବଡ ବଡ ଭାଷଣ ଦେବେ। କିନ୍ତୁ ନିର୍ବାଚନ ସରିଗଲେ ଆଉ ଦେଖା ମିଳିବନି। କିନ୍ତୁ ବିଜେଡି ଲୋକଙ୍କ ପାଖରେ ସବୁବେଳେ ଉତ୍ତରଦାୟୀ ଏବଂ ସବୁ ଦରଖାସ୍ତର ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ନୂଆପଡାରେ ବିକାଶ ଧାରାକୁ ବଜାୟ ରଖିବାକୁ ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବଡ ମାର୍ଜିନରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking