28.1 C
Bhubaneswar
Saturday, April 27, 2024
Homeଅପରାଧଦୁର୍ବୃତ୍ତଙ୍କ ଆକ୍ରମଣରେ ପୋଷ୍ଟ ମାଷ୍ଟର ଗୁରୁତର; ଲକ୍ଷାଧିକ ଟଙ୍କାର ସମ୍ପତି ଲୁଟ୍

ଦୁର୍ବୃତ୍ତଙ୍କ ଆକ୍ରମଣରେ ପୋଷ୍ଟ ମାଷ୍ଟର ଗୁରୁତର; ଲକ୍ଷାଧିକ ଟଙ୍କାର ସମ୍ପତି ଲୁଟ୍

ଯାଜପୁର : ଶୁକ୍ରବାର ବିଳମ୍ବିତ ରାତିରେ କୋରେଇ ଥାନା ଅର୍ନ୍ତଗତ ପଛିକୋଟ ପଚାଂୟତ ଲକ୍ଷ୍ମୀନଗର ଛକ ନିକଟରେ ଘର କରି ରହିଥିବା ପୋଷ୍ଟ ମାଷ୍ଟର ତିର୍ଥବାସୀ ନନ୍ଦଙ୍କ ଘରେ ଦୁର୍ବତ ପପସି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତିର୍ଥବାସୀ କୋରେଇ ବ୍ଲକ ଅସନଝର ପଚାଂୟତ ରାମକୃଷ୍ଣପୁର ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରନ୍ତି । ୨୦ ନମ୍ବର ଜାତୀୟ ରାଜପଥ କଡ ଲକ୍ଷ୍ମୀନଗର ଛକରେ ଥିବା ତୀର୍ଥବାସୀଙ୍କ ଘରେ ଗତକାଲି ରାତିରେ ୪ ଜଣ ଦୁର୍ବତ ପସି ଲୁଟ୍ କରିବା ସହ ଅଭିଯୋଗ କଲେ ଅବସ୍ଥା ଭୟାନକ ହେବ ବୋଲି ଧମକ୍ ଦେଇ ଯାଇଛନ୍ତି । ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ସମୟରେ ତିର୍ଥବାସୀଙ୍କ ସିଡିଘର କବାଟ ଦେଇ ଚାରିଜଣ ଦୁର୍ବୁତ ଘର ମଧ୍ୟରେ ହଠାତ୍ ପ୍ରବେଶ କରିଥିଲେ । ଶୋଇବା ସମୟ ହୋଇନଥିବାରୁ କବାଟ ଦିଆନଯାଇ ସେଡି ଘରର କବାଟ ମୁକୁଳା ରହିଥିଲା । ତିର୍ଥବାସୀଙ୍କ ବଡ ଝିଅ ହରପ୍ରିୟା ଅପରିଚିତ ଲୋକେ ଘରେ ପ୍ରବେଶ କରିଥିବା ଦେଖି ମନରେ ସନ୍ଦେହ ଉପୁଜିବାରୁ ବାପାଙ୍କୁ ଡାକିଥିଲେ । ତିର୍ଥବାସୀ ରୁମ୍‌ରୁ ପଦାକୁ ଆସି ତୁମେ ମାନେ କିଏ ବୋଲି ପଚାରିବା କ୍ଷଣି ଅତର୍କିତ ଭାବେ ଦୁର୍ବୁତ ମାନେ ଏକ ବାଡିରେ ତାଙ୍କୁ ମାଡ ମାରିବା ସହ ମୁଣ୍ଡକୁ ଜୋର୍‌ରେ ଆଘାତ ଦେଇଥିଲେ । ସ୍ୱାମୀଙ୍କୁ ଦୁର୍ବୁତ ମାନେ ମାଡ ମରୁଥିବା ଦେଖି ପତ୍ନୀ ସତ୍ୟଭାମା ଏହାକୁ ବିରୋଧ କରିବାରୁ ଦୁର୍ବୁତ ମାନେ ତାଙ୍କୁ ମଧ୍ୟ ବାଡିରେ ନିର୍ଘାତ ବାଡେଇବା ସହ ଉପସ୍ଥିତ ଥିବା ଝିଅ ମାନଙ୍କୁ ମଧ୍ୟ ଚାପୁଡା ମାରିଥିଲେ । ପ୍ରାୟ ଏକ ଘଟାଂରୁ ଉର୍ଦ୍ଧ ସମୟ ଧରି ଦୁର୍ବୁତ ମାନେ ଘରେ ରହି ଲୁଟ ଚଳାଇବା ସହ ଘର ଫ୍ରିଜରେ ଥିବା ଛେନା ଓ ଅନ୍ୟ ଖାଦ୍ୟ ପଦାର୍ଥ ଆଣି ଖାଇଥିଲେ । ଦୁର୍ବୁତ ମାନେ ଘରେ ବାକ୍ସ ଭାଙ୍ଗି ସେଠାରେ ଥିବା ହଳେ କାନ ଫୁଲ, ଗୋଟିଏ ସୁନା ମୁଦି, ୫ ଟି ହାତ ଘଟାଂ, ପୋଷ୍ଟ ଅଫିସ୍‌ରେ ଜମା ହେବାକୁ ଥିବା ୧୫ ହଜାର ଟଙ୍କା ଓ ଘରେ ପୁର୍ବରୁ ସଚଂୟ କରି ରଖିଥିବା ୫ ହଜାର ଟଙ୍କା ସହ ୪ ଟି ସେଲ୍ ଫୋନ, କିଛି କଂସା ପିତଳ ବାସନକୁସନ ନେଇ ପରିବାରକୁ ବାହାର ପଟୁ କବାଟ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବାହାରେ ଏକାଧିକ ବ୍ୟକ୍ତିମଧ୍ୟ ଉପସ୍ଥିତ ରହିଥିବା ଓ ସେମାନଙ୍କ ପାଟି ସେମାନେ ଶୁଣିଥିବା ପରିବାର ଲୋକଙ୍କ ଠାରୁ ଜାଣିବାକୁ ମିଳିଛି । ସେମାନେ ଗଲା ସମୟରେ ଯଦି ଏ ସମ୍ପର୍କରେ ପୋଲିସକୁ ଜଣାଅ ତାହେଲେ ତୁମ ଘରେ ବମ୍ ପକାଇବା ସହ ତୁମ ମାନଙ୍କ ବଚିଂବା ମୁସକିଲ୍ କରିଦିଆଯିବ ବୋଲି ଧମକ୍ ଦେଇଥିଲେ ଦୁର୍ବତ । ଘରେ ଉପସ୍ଥିତ ଥିବା ତିନି ଝିଅଙ୍କୁ ଅଶାଳୀନ ମନ୍ତବ୍ୟ ଦେବକୁ ପଛାଇନଥିଲେ ଦୁର୍ବୁତ । ବାହାରୁ କବାଟ ବନ୍ଦ ଥିବାରୁ ତାଙ୍କ ଝିଅ ନିକଟରେ ରହିଯାଇଥିବା ଏକ ଫୋନ ମାଧ୍ୟମରେ ବଡ ଝିଅ ହରପ୍ରିୟା ରଗଡିରେ ରହୁଥିବା ସମ୍ପର୍କିୟ କକାଙ୍କ ସହ କୋରେଇ ପୋଲିସକୁ ସେମାନଙ୍କ ଘରେ ପସି ହୋଇଥିବା ଆକ୍ରମଣ ଓ ଚୋରୀ ସମ୍ପର୍କରେ ଖବର ଦେଇଥିଲେ । ଖବରପାଇ କୋରେଇ ଥାନା ଅଧିକାରୀ ରଞ୍ଜିତ୍ ମହାନ୍ତି ସଦଳବଳେ ଘଟଣାସ୍ଥଳରେ ପହଚିଂ ବାହାର ପଟୁ କବାଟ ଖୋଲିବା ସହ ଗୁରୁତର ଭାବେ ଆହତ ତିର୍ଥବାର୍ସୀଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନେଇ ଭର୍ତୀ କରିବା ସହ ଚିକିତ୍ସିତ କରାଇଥିଲେ । ତିର୍ଥବାସୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁ ପ୍ରବଳ ରକ୍ତ ଘର ସାରା ପଡିଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଘଟିବା ପରେ ପରିବାର ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ନିକଟରେ ଖମିଗାଁ ରାସ୍ତାରୁ ସଂନ୍ଧ୍ୟା ସମୟରେ ୪ରୁ ୫ ଜଣ ଦୁର୍ବୁତ ଏକ କାର୍‌କୁ ଅଟକାଇ ବନ୍ଧୂକ ଦେଖାଇ ମହିଳାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫୦ ହଜାର ଟଙ୍କା ଲୁୁଟ୍ କରିଥିଲେ । ରଗଡି ଅଂଚଳରେ ଦିନକୁ ଦିନ ଚୋରୀ ଡକାୟତି ତଥା ରାହାଜାନି ବୃଦ୍ଧି ପାଉଥିଲେ ମଧ୍ୟ ଟେର୍ ପାଉନି କୋରେଇ ପୋଲିସ୍ । ପ୍ରତିଦିନ ରାଜରାସ୍ତାରୁ ଛିନ୍‌ତାଇ ହେଉଥିବା ବେଳେ ଲୁଟେରା ମାନଙ୍କୁ ଗିରଫ କରିବା ବଦଳରେ ଚୁପ୍ ହୋଇ ବସିଛି କୋରେଇ ପୋଲିସ । ଯାହାକୁ ନେଇ ସ୍ଥାନୀୟ ବୃଦ୍ଧିଜୀବି କୋରେଇ ପୋଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯାଜପୁର ଏସ୍‌ପି ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ରଗଡି ତଥା ଜାତୀୟ ରାଜପଥ କଡରେ ମାତିଥିବା ଲୁଟେରା ମାନଙ୍କୁ ଗିରଫ କରିବା ଦିଗରେ ପଦକ୍ଷପ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking