32.1 C
Bhubaneswar
Friday, April 26, 2024
Homeଓଡିଶାଡ଼ଃ ଏ. ଚେଲା କୁମାରଙ୍କୁ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ପାଣିକୋଇଲି ଠାରେ ସ୍ୱାଗତ

ଡ଼ଃ ଏ. ଚେଲା କୁମାରଙ୍କୁ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ପାଣିକୋଇଲି ଠାରେ ସ୍ୱାଗତ

ଯାଜପୁର -ଆଜି ବାଲେଶ୍ୱର ଠାରେ ଏକ କୃଷକ ସମାବେଶ ରେ ଯୋଗ ଦେବାକୁ ଯାଉଥିବା ଏ ଆଇ ସି ସି ସାଧାରଣ ସମ୍ପାଦକ, ସାଂସଦ ତଥା ଓଡିଶା ପ୍ରଭାରୀ ଡ଼ଃ ଏ. ଚେଲା କୁମାର ଙ୍କୁ ପାଣିକୋଇଲି ଠାରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟରେ 2କୋଟି ରୁ ଉର୍ଦ୍ଧ ଅଣ ସଂଗଠିତ ଶ୍ରମିକ ବିଭିନ୍ନ କ୍ଷେତ୍ରରେ ନିଜର ଜୀବନ ଜୀବିକା ଅନ୍ଧକାର ଦେଇ ଗତି କରୁଥିବା ବେଳେ କେନ୍ଦ୍ରର ବି. ଜେ. ପି. ଓ ରାଜ୍ୟରେ ବି. ଜେ. ଡି. ସରକାର ଙ୍କ ଭୁଲ ଅର୍ଥନୀତି ଯୋଗୁଁ ଲକ୍ଷ୍ୟାଧିକ ଶ୍ରମିକ ଜୀବିକା ହରାଇବାକୁ ବସିଲେଣି । କଂଗ୍ରେସ ସରକାର ଙ୍କ ସମୟ ରେ ପ୍ରତିଷ୍ଠା ହୋଇଥିବା ସରକାରୀ ଉଦ୍ୟୋଗ ଗୁଡିକୁ ଶାଗ ମାଛ ମୂଲ୍ୟରେ ବିକ୍ରି କରୁଥିବାରୁ ଏହା ବିରୁଦ୍ଧରେ ଦୃଢ ଆୱାଜ ଉଠାଇବା ପାଇଁ ଡ଼ଃ ଚେଲା କୁମାର ସମବେତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଅଧକ୍ଷ ବିଦ୍ୟାଧର ମହାନ୍ତି, ରାଜ୍ୟ କୃଷି ସଂଯୋଜକ ବିଜୟ କୁମାର ବୋଇତାଇ, ଇ -ରିକ୍ସା ସଂଯୋଜକ ରାଇ ଚରଣ ମହାନ୍ତି ଜିଲ୍ଳା ସଭାପତି ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ବ୍ଲକ ସଭାପତି ଅଜୟ କୁମାର ଦାସ ବିନୋଦ ବିହାରୀ ଜେନା, ଶଶୀକାନ୍ତ ମାଝୀ ମିର୍ଜା ଆଲିମ ବେଗ, ଧବଳେଶ୍ୱର ଓଝା ବିକାଶ ମଲ୍ଲିକ ଓ ପ୍ରଶାନ୍ତ ଦାସ ପ୍ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking