27.1 C
Bhubaneswar
Tuesday, May 7, 2024
Homeଅପରାଧରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ, ୮ ମୃତ

ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରକ, ୮ ମୃତ

ଆମେରିଲି: ଗୁଜୁରାଟର ଆମରେଲିରେ ଆଜି ସକାଳରେ ଏକ ବଡ ଅଘଟଣ ଘଟି ଯାଇଛି । ସେଠାରେ ନିୟନ୍ତ୍ରଣ ବାହାରେ ଥିବା ଏକ ଟ୍ରକ ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢିଯାଇଥିଲା । ଫଳରେ ଏଥିରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଯେତେବେଳେ କି ଅନେକ ଆହତ ହୋଇଥିବା ଜଣାପଡିଛି । ଫଳରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୁହାଯାଉଛି, ଏହି ଅଘଟଣ ଆମେରିଲିରେ ସାବରକୁଣ୍ଡଲାର ବାଢଡା ଗାଁ ନିକଟରେ ହୋଇଛି । ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଖବର ପାଇ ସ୍ଥାନୀୟ ପୁଲିସ ପହଂଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।
ତେବେ ଏହାପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଟ୍ୱିଟ କରିଛନ୍ତି, ଆମେରିଲି ଜିଲ୍ଲାର ସାବରକୁଣ୍ଡଲାର ବରଦା ଗାଁ ନିକଟରେ ହୋଇଥିବା ହୃଦୟ ବିଦାରକ ଘଟଣାରେ ସେ ମର୍ମାହତ ଓ ଦୁଃଖୀ । ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ତତ୍କାଳ ଓ ଉଚିତ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ଦୁର୍ଘଟଣାରେ ଶିକାର ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ ।
ଆଉ ଏକ ଟ୍ୱିଟରେ ସେ କହିଛନ୍ତି, କଲେକ୍ଟରଙ୍କୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୃତକଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ ଓ ପରିବାରକୁ ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ।
ତେବେ ପୁଲିସ ବେକାବୁ ଟ୍ରକ ଡ୍ରାଇଭରକୁ ଗିରଫ କରିଛି । ବର୍ତମାନ ତାକୁ ପଚରାଉଚୁରା ଜାରି ରହିଛି । ଏହାସହିତ ଯାଂଚ କରାଯାଉଛି ସେ ନିଶାସକ୍ତ ଅବସ୍ଥାରେ ଟ୍ରକ ଚଲାଉଥିଲା କି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking