29.1 C
Bhubaneswar
Saturday, April 27, 2024
Homeଓଡିଶାସୁକିନ୍ଦା ଖଣି ଉପତ୍ୟକାରେ କୀଡୀନି ରୋଗ କାୟା ବଢ଼ାଉଛି 

ସୁକିନ୍ଦା ଖଣି ଉପତ୍ୟକାରେ କୀଡୀନି ରୋଗ କାୟା ବଢ଼ାଉଛି 

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକା କୀଡୀନି ଜନିତ ରୋଗ କାୟା ବିସ୍ତାର କରୁଛି l ପ୍ରଶାସନ ନିଘୋଡ଼ ନିଦ୍ରାରେ ଶୋଇଛି l ରାଜ ନେତା ମାନେ ଭୋଟ ବ୍ୟାଙ୍କ ପାଇଁ ବିକଳ ହୋଇ ଲୋକ ମାନଂକୁ ମିଥ୍ୟl ପ୍ରତିଶୃତି ଦେଇ ମିଶ୍ରଣ ପର୍ବ ରେ ବେସ୍ତ ହେଉଛନ୍ତି ସୁକିନ୍ଦା ବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି l ସୁକିନ୍ଦା ଯୁବକ ଯୁବତୀ ବେକାର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଉଛନ୍ତି l ଜନ ଜାତି ମାନେ ଆବାସ ଯୋଜନାରୁ ବଂଚିତ ଆବାସ ଯୋଜନା ନିଲାମ ଡକାଯାଉଛି ନେତା ଜାଣି ଚୁପ କାଳେ ଭୋଟ କମିଯିବ l ଖଣି ଅଞ୍ଚଳ ରେ ଭୂମି ପୁତ୍ର ମାନେ କାର୍ଯ୍ୟ ପାଉନାହାନ୍ତି ବିଜେପି ଓ ବିଜେଡ଼ି ମଧ୍ୟରେ ୟୁନିଅନ କରିବା ପାଇଁ ପ୍ରତିଯୋଗିତା ଚାଲିଛି l ଏହି ଘଡି ସନ୍ଧି ବେଳ ରେ ଖଣି ଅଞ୍ଚଳ ରେ କୀଡୀନି ରୋଗ ମହାମାରୀ ରୂପେ ଦେଖା ଯାଇଛି l ପାନୀୟଜଳ ଓ ଦେଶୀମଦରେ ୟୁରିଆ ସାର ଅନ୍ୟାନ୍ୟ ଦ୍ରବ୍ୟ ମିଶ୍ରଣ ଯୋଗୁ କୀଡୀନି ରୋଗ ସୃଷ୍ଟି ହେଉଛି କାଳିଆ ପାଣି କଳରିଙ୍ଗ ପ୍ରଭୁତି ୪ଟି ପଂଚାୟତ ରେ ଏହି ରୋଗ 3ବର୍ଷ ମଧ୍ୟରେ ୧୫୫ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହୋଇଛନ୍ତି ୭୦ଉର୍ଦ୍ଧ ଲୋକ ମୃତ୍ୟୁ ବାରଣ କରି ଛନ୍ତି l

କାଳିଆପାଣି ଅଞ୍ଚଳରେ ଏବେ ଏହି ରୋଗ ର ପ୍ରାଦ୍ରୁଭାବ ଦେଖା ଯାଇଛି ୮ମାସ ମଧ୍ୟରେ ୧୦ଜନଙ୍କ ଜୀବନ ଯାଇଛି ଏବେ୮ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ବିଶେଷ କରି ଯୁବକ ମାନେ କୀଡୀନି ରୋଗ ରେ ପୀଡିତ ହେଉଛନ୍ତି l ଅତ୍ୟଧିକ ବିଷାକ୍ତ ଦେଶୀ ମଦ ପାନ ପାନୀୟ ଜଳ ରେ କ୍ରୋମ ଭାଗ ରହୁ ଥିବାରୁ କୀଡୀନି କୁ ଖରାପ କରୁଛି ବୋଲି କୁହା ଯାଉଛି l ଖଣି ଅଞ୍ଚଳ ରେ ଅବକାରୀ ଓ ପୋଲିସ ବିଭାଗ ଦେଶୀ ମଦ କାରବାରକୁ ପରୋକ୍ଷରେ ମୋଟା ଅଙ୍କର ଟଙ୍କା ନେଇ ପ୍ରଶୟ ଦେଉଛନ୍ତି ମଦ ବେପାରୀମାନେ ରାଜ ନେତାଙ୍କ ବାହୁ ଛାୟା ତଳେ ରହି ନିଜର ସାମ୍ବ୍ରାଜ୍ୟ ବଢ଼ାଇ ଜନ ଜାତି ମାନଂକୁ ଲୁଟି ରୋଗ ଗ୍ରସ୍ତ କରୁଛନ୍ତି l ଜନଜାତିମାନେ ଅନ୍ଧବିଶ୍ୱାସରେ ବଶୀଭୂତ ହୋଇ ପ୍ରଥମେ ଡାକ୍ତର ଖାନାକୁ ନ ଯାଇ ଗୁଣି ଗାରେଡି ଚେର ମୁଲିକା ରେ ଚିକିତ୍ସା ହେଉଛନ୍ତି ଭଲ ନ ହେଲେ ଡାକ୍ତର ଖାନାକୁ ଗଲାବେଳକୁ ରୋଗ ଶେଷ ସୀମା ପହଂଚି ଥିବାରୁ ମୃତ୍ୟୁ ମୁଖରେ ପଡୁଛନ୍ତି l ଶିଳ୍ପାଞ୍ଚଳ ଖଣି ଖାଦାନ ଯୋଗୁ ଜଙ୍ଗଲ କ୍ଷୟ କାରଖାନାର ନିର୍ଗତ ଧୂଆଁ ଦୂଷିତ ପାଣି ଯୋଗୁ ସମଗ୍ର ସୁକିନ୍ଦା ଅଞ୍ଚଳ ପ୍ରଦ୍ୟୁଷିତ କେବଳ ଗ୍ରୀନ ବେଲ୍ଟ କରିବାର ରାଜ ନେତା ସ୍ୱପ୍ନ ଦେଖୁ ଥିଲା ବେଳ ବାସ୍ତବ ରେ କେତେ ଦୂର ସଫଳ ହେଉଛନ୍ତି ଦେଖିବାକୁ ବାକି ଅଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking