27.1 C
Bhubaneswar
Wednesday, May 8, 2024
Homeଓଡିଶାଭିନ୍ନକ୍ଷମ ଅବସ୍ଥାରେ ବିଶ୍ୱଜିତ

ଭିନ୍ନକ୍ଷମ ଅବସ୍ଥାରେ ବିଶ୍ୱଜିତ

ମାଲକାନଗିରି : ମାଲକାନଗିରି  ଜିଲ୍ଲାର ଖଇରପୁଟ ବ୍ଲକ, କୁଡୁମୁଲୁଗୁମ୍ମା ପଞ୍ଚାୟତ ଅଧୀନରେ ଥିବା  ଗୁଣ୍ଡୁରିଗୁଡା ଗ୍ରାମର ମୀନକେତନ ସାହୁଙ୍କ ତାଙ୍କ ବଡ଼ ପୁଅ ବିଶ୍ବଜିତ୍ ସାହୁ ବୟସ ୧୫ ରୁ ଉର୍ଦ୍ଧ୍ଵ ପିଲା ଟି ଦିନରୁ ବିଶ୍ଵଜିତ ଶାରୀରିକ ବିକଳାଙ୍ଗଅଟେ, ବାପା ମୀନକେତନ,ଜଣେ ଗରିବ ଶ୍ରେଣୀର ଲୋକ,ସେ ଅଟୋ ଚଳାଇ ନିଜର ପରିବାରକୁ ଚଳାନ୍ତି। ଯାହା ଦୁଇ ପଇସା ରୋଜଗାର କରନ୍ତି ତାହା ପରିବାର ପଛରେ ଖର୍ଚ୍ଚ ହୋଇଥାଏ।ମା ମୋହିନୀ କହିବା ଅନୁସାରେ ପୁଅ ବିଶ୍ଵଜିତ୍ ଭିନ୍ନକ୍ଷମ ଅବସ୍ଥାରେ ଜନ୍ମ ହୋଇଥିଲେ । ଏଣୁ ବାପା,ମା ଦୁହେଁ ପୁଅର ଏପରି ଅବସ୍ଥା ଦେଖି ନିଜର ଯାହା ସମସ୍ତ ସମ୍ପ୍ରତି ଥିଲା ସେ ସବୁ ବିକିଭାଁଜି ପୁଅର ଚିକିତ୍ସା କରାଇ ଥିଲେ। କିନ୍ତୁ ଚିକିତ୍ସା ପରେ ମଧ୍ୟ କିଛିବି ଫଳପ୍ରଦ ହୋଇନଥିଲା, ଶେଷରେ ପୁଅ  କୁ ଭଲ କରିବାକୁ ଯାଇ ବାପା ମୀନକେତନ,ସର୍ବହରା ହୋଇ ଭାଙ୍ଗି ପଡିଛନ୍ତି। ଯାହା ଫଳରେ ସେ ପୁଅ ର ଚିକିତ୍ସା କରିପାରୁ ନାହାନ୍ତି। ପୁଅଟି ଧୀରେ ଧୀରେ ଭିନ୍ନକ୍ଷମ ସହିତ ମାନସିକ ବିକୃତିରେ ଗତିକରିବାରେ ଦେଖିବାକୁ ମିଳିଛି। ଏଣୁ ବାପା ମୀନକେତନ କହିବା କଥା ଯଦି ପୁଅର ଚିକିତ୍ସା ପାଇଁ ସରକାରୀ ସ୍ତରରେ କୌଣସି ସହାୟତା ମିଳିଥିଲେ ,ତାଙ୍କର ଚିକିତ୍ସ ହୋଇ ପାରିଥାନ୍ତା ଓ ସେ ଭଲ ହୋଇ ଯାଇଥାନ୍ତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking