28.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଲରେ ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ: କୋଟିଏ ଟଙ୍କାର ସମ୍ପତ୍ତି ଜବତ, ୪କୋଟିରୁ ଉର୍ଦ୍ଧ୍ୱ...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଲରେ ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ: କୋଟିଏ ଟଙ୍କାର ସମ୍ପତ୍ତି ଜବତ, ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିଲେ

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଫଶାଇ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ଠକେଇ କରିଥିଲେ ହେଡ୍ କ୍ୟାସିୟର୍ । ଏହି ମାମଲାର ବେଆଇନ ଅର୍ଥ କାରବାର ସଂକ୍ରାନ୍ତରେ ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୃଢ଼ କାର୍ଯ୍ୟନୁଷ୍ଠାନ ନେଇଛି । ସମ୍ପୃକ୍ତ ଅଭିଯୁକ୍ତ ତଥା ପୂର୍ବତନ ହେଡ୍ କ୍ୟାସିୟର ବେଦବ୍ୟାସ ବାରିକଙ୍କ ଥିବା ୧ କୋଟି ୫ ଲକ୍ଷ ୬୮ ହଜାର ୩୮୧ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଇଡି ଆଟାଚ୍ କରିଛି । ଏହି ସମ୍ପତ୍ତିରେ ତାଙ୍କ ସ୍ତ୍ରୀ ଶର୍ମୀଳା ପଣ୍ଡାଙ୍କ ମଧ୍ୟ ଭାଗ ରହିଛି । ଆଟାଚ୍ ହୋଇଥିବା ସମସ୍ତ ସମ୍ପତ୍ତିରେ ୮ଟି ବ୍ୟାଙ୍କରେ ଥିବା ଟଙ୍କା, ଭୁବନେଶ୍ୱର ଏବଂ କଟକରେ ଥିବା ୪ଟି ପ୍ଲଟ୍ ଓ ଗୋଟିଏ ଫ୍ଲାଟ (ଘର) ରହିଛି ।

ଠକେଇ ଟଙ୍କାରୁ ଏସବୁ ସମ୍ପତ୍ତ କରାଯାଇଥିବା ଜଣାପଡ଼ିବା ପରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡ୍ରିଙ୍ଗ୍ ଆ (ପିଏମ୍‌ଏଲ୍‌ଏ), ୨୦୦୨ ଅନୁଯାୟୀ ଇଡି କାର୍ଯ୍ୟାନୁଷ୍ଠାନ ନେଇଛି । ସୂଚନା ଅନୁୟାୟୀ, ଅଭିଯୁକ୍ତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର କଟକ ଓ ଭୁବନେଶ୍ୱର ବ୍ରାଞ୍ଚ ର ହେଡ୍ କ୍ୟାସିୟର ଥିଲେ । ତାଙ୍କ ଘର ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ମୈତ୍ରୀ ବିହାରରେ ରୁହନ୍ତି । ବେଦବ୍ୟାସ ୨୦୦୮ରୁ ୨୦୧୨ ମଧ୍ୟରେ ତାଙ୍କ ପଦବୀକୁ ଅପବ୍ୟବହାର କରି ଆପରାଧିକ ଯୋଜନା କରିଥିଲେ । ଦିଲ୍ଲୀରେ ରହୁଥିବା ବିଜୟ କେତନ ବାରିକଙ୍କ ସ୍ତ୍ରୀ ସୁକାନ୍ତୀ ବାରିକଙ୍କୁ ବେଦବ୍ୟାସ ତାଙ୍କ ଜାଲରେ ଫଶାଇଥିଲେ । ସୁକାନ୍ତି ୨୦୦୮ ଡିସେମ୍ବରରେ ପ୍ରତି ମାସ ୪୦ ହଜାର ଟଙ୍କା ଲେଖାଏଁ ଜମା ଉଦ୍ଧେଶ୍ୟରେ ୨୦ ମାସ ପର୍ଯ୍ୟନ୍ତ ଏକ ଏଫ୍‌ଡି କରିଥିଲେ । ଏହି କିସ୍ତି ବେଦବ୍ୟସ ଡିପୋଜିଟ୍ କରୁଥିଲେ ।

ବିଶ୍ୱାସରେ ବିଷ ଦେଇ ୫ରୁ ୨୦ଟି କିସ୍ତି ଟଙ୍କାକୁ ବେଦବ୍ୟାସ ଠକି ନେଇଥିଲେ । ସେହିପରି ଭୁବନେଶ୍ୱର ବ୍ରାଞ୍ଚରେ ସୁକାନ୍ତି ୨କୋଟି ୮୯ ଲକ୍ଷ ଟଙ୍କା ନିବେଶ କରିଥିଲେ ମଧ୍ୟ ଏହିପରି ବେଦବ୍ୟାସ ଠକି ନେଇଥିଲେ । ସୁକାନ୍ତୀଙ୍କଠୁ ବେଦବ୍ୟାସ ସୂଧ ସହ ମୋଟ ୪ କୋଟି ୭୮ ଲକ୍ଷ ଟଙ୍କା ଠକିବା ସହ ଏହା ବଦଳରେ ଆର୍‌ଡି ଓ ଏଫ୍‌ଡି ଆଦିର ଫେକ୍ ରସିଦ୍ ଦେଇଥିଲେ । ହେଲେ ଉକ୍ତ ଟଙ୍କାକୁ ସେ ଠକିନେବା ସହ ସୁକାନ୍ତିଙ୍କୁ ଆର୍‌ଡି ଓ ଏଫ୍‌ଡି ଆଦିର ଫେକ୍ ରସିଦ୍ ଦେଇଥିଲେ । ଠକେଇ ସଂକ୍ରାନ୍ତରେ ଜଣାପଡ଼ିବା ପରେ ସୁକାନ୍ତି ଏନେଇ ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ସିବିଆଇ ୨୦୧୯ ମାର୍ଚ୍ଚରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ବେଦବ୍ୟାସଙ୍କୁ ଗିରଫ କରିଥିଲା । ତେବେ ସିବିଆଇର ପକ୍ଷରୁ ହୋଇଥିବା ଏଫ୍‌ଆଆର୍ ଆଧରରେ ଇଡି ଏହି ବେଆଇନ୍ ଅର୍ଥ କାରବାର ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking