29.1 C
Bhubaneswar
Saturday, April 27, 2024
Homeକରୋନାଦିନକରେ ଦେଶରେ ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ , ୬୭୧ ସଂକ୍ରମିତଙ୍କର ମୃତ୍ୟୁ

ଦିନକରେ ଦେଶରେ ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ , ୬୭୧ ସଂକ୍ରମିତଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ତା କାୟା ବିସ୍ତାର କରିଚାଲିଛି । ଆମ ଦେଶ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଦେଶରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଥମିବାର ନାଁ ନେଉନି । ଦେଶରେ ଦିନକରେ କରୋନା ମୃତ୍ୟୁ ସଂଖ୍ୟା ୨୬ହଜାର୨୭୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୮ ହଜାର ୭୧୬କୁ ବୃଦ୍ଧି ପାଇଛି । ୨୪ଘଣ୍ଟାରେ ଦେଶରେ ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୧ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ୩,୫୮,୬୯୨ଟି ଆକଟିଭ କେସ୍ ରହିଛି । ସେଥିମଧ୍ୟରୁ ୬,୫୩,୭୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମହାରାଷ୍ଟ୍ରରେ ସର୍ବାଧିକ ୨,୯୨,୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୧,୪୫୨ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩୫୭୧ ଜଣ , ଗୁଜୁରାଟରେ ୨୧୦୬ଜଣ , ତାମିଲନାଡ଼ୁରେ ୨୩୧୫ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking