30.1 C
Bhubaneswar
Wednesday, April 24, 2024
Homeଓଡିଶାଆଉ ୩ ଜୀବନ ନେଲା କରୋନା : ରାଜ୍ୟରେ ମୋଟ କରୋନା ମୃତ୍ୟୁ ୮୬କୁ ବୃଦ୍ଧି

ଆଉ ୩ ଜୀବନ ନେଲା କରୋନା : ରାଜ୍ୟରେ ମୋଟ କରୋନା ମୃତ୍ୟୁ ୮୬କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ଆଉ ୩ମୁଣ୍ଡ ନେଇଛି କରୋନା । ଆଜି ମୃତ୍ୟୁବରଣ କରିଥିବା ୩ଜଣଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ବେଳେ ଅନ୍ୟଜଣେ ଗଜପତି ଜିଲ୍ଲାର ବୋଲି ଜଣାପଡ଼ିଛି । ଆଜିର ୩ମୃତ୍ୟୁ ପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
ଆଜି ଗଞ୍ଜାମ ଜିଲ୍ଲାରୁ ପ୍ରାଣ ହରାଇଥିବା ୨ ସଂକ୍ରମିତଙ୍କ ବୟସ ୬୩ ଓ ୬୦ ବୋଲି ଜଣାପଡ଼ିଛି । ସେମାନେ ଉଦ୍ଭୟ ପୁରୁଷ । ଆଜିର ଦୁଇ ମୃତକଙ୍କ ସଂଖ୍ୟା ମିଶାଇ ଗଞ୍ଜାମ ଜିଲ୍ଲାର ମୋଟ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଜିଲ୍ଲାରୁ ମୋଟ ୫୨୮୦ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୩୨୭୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୯୫୦ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।
ଅନ୍ୟପଟେ ଆଜି ଗଜପତି ଜିଲ୍ଲାରୁ ପ୍ରାଣ ହରାଇଥିବା ସଂକ୍ରମିତ ୪୮ ବର୍ଷୀୟ ମହିଳା ବୋଲି ଜଣାପଡ଼ିଛି । ସେ ଅବେସିଟି ଓ ସ୍ଲିପ ଅପନିଆ ରୋଗରେ ପିଡ଼ୀତ ଥିଲେ । ଏଥିସହ ଜିଲ୍ଲାର ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଜିଲ୍ଲାରୁ ମୋଟ ୬୬୪ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୩୧ ଜଣ ସୁସ୍ଥ ହୋଇଛନ୍ତି । ୧୩୦ଜଣ ଏବେ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଆଜି ରାଜ୍ୟରେ ପୁଣି ଆଉ ୫୯୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ର୍ରରୁ ଓ ଅନ୍ୟ ୧୯୭ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୨୫ଟି ଜିଲ୍ଲାରୁ ଆସିଛି ବୋଲି ସୂଚନା ମିଳିଛି । ଏବେ ରାଜ୍ୟରେ ୧୬୭୦୧ଟି ମୋଟ ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୫୨୫୯ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking