38.1 C
Bhubaneswar
Friday, April 26, 2024
Homeଓଡିଶାବଦଳିବ ସବୁ ବସ୍‌ଷ୍ଟାଣ୍ଡର ରୂପରେଖ , ମିଳିବ ମଲ୍ଟିପ୍ଲେକ୍ସ ଓ ସପିଂ ମଲ୍‌ର ସୁବିଧା:ମନ୍ତ୍ରୀ ପ୍ରତାପ...

ବଦଳିବ ସବୁ ବସ୍‌ଷ୍ଟାଣ୍ଡର ରୂପରେଖ , ମିଳିବ ମଲ୍ଟିପ୍ଲେକ୍ସ ଓ ସପିଂ ମଲ୍‌ର ସୁବିଧା:ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର : ରାଜ୍ୟର ସବୁ ବସ୍‌ଷ୍ଟାଣ୍ଡଗୁଡ଼ିକର ହେବ ଉନ୍ନତୀକରଣ । ପ୍ରମୁଖ ବସ୍‌ଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତ କରାଯିବ । ସେଠାରେ ମଲ୍ଟିପ୍ଲେକ୍ସ ସପିଂ ର ମଲ୍ ସୁବିଧା ଯୋଗାଇ ଦିଆଯିବ। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ବସ୍‌ଷ୍ଟାଣ୍ଡଗୁଡ଼ିର ଉନ୍ନତିକରଣ କରାଯିବ। ବଡ଼ ବସ୍‌ଷ୍ଟାଣ୍ଡ ହୋଇଥିଲେ ସେଠାରେ ମଲ୍ଟିପ୍ଲେକ୍ସ ସହ ସପିଂ ମଲ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଓ ଏସ୍‌ଆରଟିସିରେ ବସ୍ ସଂଖ୍ୟା ବୃଦ୍ଧି କରାଯିବ ।
କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା (କ୍ରୁଟ୍) ପକ୍ଷରୁକର୍ମଶାଳା ଆୟୋଜିତ ହୋଇଛି। ଏହି କର୍ମଶାଳାରେ ‘ମୋ ବସ’ ସହ ‘ଓଏସଆରଟିସି’ର ୧୨୦ କର୍ମଚାରୀ ଯୋଗ ଦେଇଥିଲେ । ଯାତ୍ରୀଙ୍କ ଯାତାୟତକୁ ବ୍ୟବସ୍ଥିତ କରାଯିବା ସହ ସରକାରୀ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ଗୁରୁତ୍ୱାରୋପ କରାଯିବ । ଦେଶ ବିଦେଶରୁ ଆସିଥିବା ଏକ୍ସପର୍ଟ ଏହି କର୍ମଶାଳାରେ ବସ୍ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ । ବର୍ତ୍ତମାନ ରାଜଧାନୀରେ ୨୦୦ଟି ‘ମୋ ବସ’ ଚାଲୁଛି । ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି ୧୮୯ଟି ବସ୍ ଯୋଡି ହେବ । ଏପ୍ରିଲ ମାସ ପ୍ରଥମ ସପ୍ତାହରେ ୫୦ଟି ଇ-ବସ୍ ଗଡ଼ିବା ନେଇ କ୍ରୁଟ ଏମଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking