28.1 C
Bhubaneswar
Saturday, April 27, 2024
Homeଅପରାଧଶିଶୁ ସହ ସମ୍ପର୍କିୟ ଅଜା କଲା ଏପରି କାମ....

ଶିଶୁ ସହ ସମ୍ପର୍କିୟ ଅଜା କଲା ଏପରି କାମ….

ରାଜସ୍ତାନ : ରାଜସ୍ତାନର ଝିଞ୍ଜୁନୁ ଠାରେ ଏକ ଅଢେଇ ବର୍ଷ ଶିଶୁ ସହ ଦୁଷ୍କର୍ମ ମାମଲା ସାମନାକୁ ଆସିଛି । କୁହାଯାଉଛି କି, ଆରୋପୀ ଜଣକ ଶିଶୁର ମାଁଙ୍କ ମାମୁଁ ଅଟନ୍ତି (ସମ୍ପର୍କରେ ଅଜା) । ଏହି ସମ୍ପର୍କ ଯୋଗୁଁ ପରିବାରବର୍ଗ ଥାନାରେ ପ୍ରଥମେ ଏତଲା ଦେଇ ନଥିଲେ । ଏହି ଘଟଣାର ଖବର ପୋଲିସ ପାଖରେ ଗୋପନୀୟ ଭାବରେ ପହଞ୍ଚିଥିଲା । ଏହାପରେ ପୋଲିସ ପହଞ୍ଚି ପରିବାରର କାଉନସିଲିଂ କରିଥିଲା ଓ ପରିବାରବର୍ଗଙ୍କ ପକ୍ଷରୁ ମାମଲା ରୁଜୁ କରିଥିଲା । କୁହାଯାଉଛି କି , ଶିଶୁଟି ଘରେ ଥିଲା ଓ ପରିବାରବର୍ଗ ଘର କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ଶିଶୁ ର ସମ୍ପର୍କିୟ ଅଜା ଘରକୁ ଆସିଥିଲା ଓ ସେ ଶିଶୁ ସହିତ ଦୁଷ୍କର୍ମ କରିଥିଲା । ଏହାପରେ ସେଠାରୁ ଫେରାର ହୋଇଯାଇଥିଲା । ଶିଶୁଟିର ଆକୁଳ କ୍ରନ୍ଦନ ଶୁଣି ପରିବାର ବର୍ଗଙ୍କୁ ଏହି ଘଟଣା ସମ୍ପର୍କରେ ଜଣା ପଡିଥିଲା । କିନ୍ତୁ ବଦନାମ ହେବା ଡରରେ ପରିବାରବର୍ଗ ପୋଲିସରେ ରିପୋର୍ଟ ଲୋଖାଇନଥିଲେ ।

ଏ ସମ୍ପର୍କରେ ସୂଚନା ଦେଇ ଏସପି ମନୀଷ ତ୍ରିପାଠୀ କହିଛନ୍ତି ଯେ ଜୟପୁରର ପୋଲିସର କମାଣ୍ଡ ସେଣ୍ଟରରେ ସୂଚନାଦାତା ସୂଚନା ଦେଇଥିଲେ । ଏହା ପରେ ଜୁନଜୁନୁ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ସୂଚନା ପାଇବା ମାତ୍ରେ ପୋଲିସ କୌଣସି ସମୟ ନଷ୍ଟ ନକରି ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟନୁଷ୍ଠାନ  ଗ୍ରହଣ କରିଥିଲା । ପୋଲିସ ସାଧାରଣ ପୋଷାକରେ ଗାଁରେ ପହଞ୍ଚି ପୁରା ମାମଲା ସମ୍ପର୍କରେ ସୂଚନା ପାଇଥିଲା । ନାବାଳିକାକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ଏବଂ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା । ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ତାଙ୍କୁ ନୱାଲଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସମୟ ମଧ୍ୟରେ ଡାକ୍ତରୀ ପରୀକ୍ଷା ମଧ୍ୟ ବଳାତ୍କାର ହୋଇଥିବାକୁ ନିଶ୍ଚିତ କରିଥିଲା ​।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking