43.9 C
Bhubaneswar
Friday, April 19, 2024
Homeକରୋନାକରୋନା ସଂକ୍ରମିତ ହେବା ପରେ ହୋମ କ୍ୱାରେଣ୍ଟିନ ହେଲେ ଆମିର ଖାନ୍‌

କରୋନା ସଂକ୍ରମିତ ହେବା ପରେ ହୋମ କ୍ୱାରେଣ୍ଟିନ ହେଲେ ଆମିର ଖାନ୍‌

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ପ୍ରବକ୍ତା ସୂଚନା ଦେଇ ସେ ପଜିଟିଭ ଥିବା ନେଇ ସୂଚନା ଦେଇଛନ୍ତି । ସମସ୍ତ ପ୍ରୋଟୋକଲ ପାଳନ କରି ସେ ଏବେ ହୋମ କ୍ୱାରେଣ୍ଟିନ ଅଛନ୍ତି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କ ସଂପର୍କରେ ଗତ କିଛି ଦିନ ମଧ୍ୟରେ ଯେଉଁମାନେ ଆସିଛନ୍ତି, ସେମାନେ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି ।
କହିରଖୁଛୁ ଯେ, ଆମିର ଖାନ୍ ୧୪ ମାର୍ଚ୍ଚରେ ନିଜର ୫୬ ତମ ଜନ୍ମଦିନ ପାଳନ କରିଥିଲେ । ଏହାର ଗୋଟିଏ ଦିନ ପରେ ସେ ସୋସିଆଲ ମିଡିଆ ଛାଡିବା ନେଇ ଘୋଷଣା କରିଥିଲେ । ଏହାର କାରଣ ସେ କହିଥିଲେ କି, ସେ ଏତମାତ୍ରାରେ ସୋସିଆଲ ମିଡିଆରେ ଆକ୍ଟିଭ ନୁହଁନ୍ତି । ବର୍ତମାନ ସେ ଫିଲ୍ମ ‘କୋଇ ଜାନେ ନା’ ର ଗୀତ ‘ହର୍ ଫନ ମୌଲା’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଗୀତରେ ସେ ଅଲ୍ଲୀ ଅବରାମଙ୍କ ସହ ନଜର ଆସୁଛନ୍ତି ।
ଆମିର ଖାନଙ୍କ ପୂର୍ବରୁ ରଣବୀର କପୁର, ସଂଜୟ ଲୀଲା ଭଂସାଲୀ, ମନୋଜ ବାଜପେୟୀ, ସିଦ୍ଧାନ୍ତ ଚତୁର୍ବେଦୀ, ତାରା ସୁତରିୟା, ସତୀଶ କୌଶିକ ଓ ଅଜୟ ଦେବଗନଙ୍କ ଫିଲ୍ମ ନିର୍ଦ୍ଦେଶକ ଅମିତ ବିନ୍ଦ୍ରନାଥ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମିତିକି ଟିଭି ର ଚର୍ଚ୍ଚିତ ସୋ ‘ତାରକ ମେହେତା କା ଉଲଟା ଚଷମା’ର ମରୟର ବକାନୀ ଏରଫ ସୁନ୍ଦର ଓ ମନ୍ଦାର ଚନ୍ଦବଡକର ଓରଫ ଭିଡେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ବିଗ ବସ ୧୪ ଫେମ ନିକ୍କୀ ତମ୍ବୋଲୀ ଓ ଫିଲ୍ମ ନିର୍ମାତା ବିନୟ ସପ୍ରୁ ବି କରୋନା ପଜିଟିଭ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking