32.1 C
Bhubaneswar
Thursday, March 28, 2024
Homeକରୋନାଗାଇଡଲାଇନ ଭିତରେ ପାଳନ ହେବ ହୋଲି ପର୍ବ

ଗାଇଡଲାଇନ ଭିତରେ ପାଳନ ହେବ ହୋଲି ପର୍ବ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରୀ ଏବେ ଆରମ୍ଭ ହୋଇସାରିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତବେଗରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ କରୋନାରେ ୪୭୨୬୨ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ମାମଲା ଆସିବା ପରେ ମୋଟ ପଜିଟିଭ ସଂଖ୍ୟା ୧୧୭୩୪୦୫୮ ହୋଇଛି । ଏବେ କରୋନାରେ ମୋଟ ୧୬୦୪୪୧ ଲୋକଙ୍କ ପ୍ରାଣ ଯାଇଛି । ଦିଲ୍ଲୀରେ ହୋଲି ଓ ଅନ୍ୟ ପର୍ବ କୁ ସାର୍ବଜନୀନ ଭାବେ ପାଳନ କରାଯିବ ନାହିଁ । ମୁଖ୍ୟ ସଚିବ ବିଜୟ ଦେବ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଆଦେଶକୁ କଡାକଡି ପାଳନ କରାଯାଉ । ଅର୍ଥାତ ଚଳିତ ଥର ହୋଲି, ଶବ ଏ ବାରାତ, ନବରାତ୍ରି ଭଳି ପର୍ବରେ ଗହଳି ହେବ ନାହିଁ ।

ଦେଶରେ କରୋନା ଏବେ ଉପରମୁହାଁ ହେବା କାରଣରୁ ହୋଲି ଫିକା ପଡିଛି । ଦେଶର ଅଧିକାଂଶ ରାଜ୍ୟରେ ହୋଲି ସମେତ ଅନ୍ୟ ପର୍ବ ପାଇଁ ଗାଇଡଲାଇନ ଜାରି କରାଯାଇଛି । କୋଣସି ପ୍ରକାରର ସମାରୋହକୁ ଅନୁମତି ମିଳିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking