29.1 C
Bhubaneswar
Saturday, April 27, 2024
Homeଓଡିଶାନବୀନ ନିବାସରେ ରୟାଲ ଲଞ୍ଚ: ପରଷାଯିବ ଓଡ଼ିଆ ଖାଦ୍ୟ

ନବୀନ ନିବାସରେ ରୟାଲ ଲଞ୍ଚ: ପରଷାଯିବ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର : ଲୋକସେବା ଭବନର ସମ୍ମେଳନ କକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ପରେ ନବୀନ ନିବାସରେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି । ଆଜି ଗୋଟିଏ ଟେବୁଲରେ ଏକାଠି ହେବେ ଶାହ, ନବୀନ , ମମତା ଓ ନିତିଶ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଓ ଅନ୍ୟ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବେ। । ଖାଲି ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମଧ୍ୟାହ୍ଣ ଭୋଜନରେ ଉପସ୍ଥିତ ରହିବେ।
ତେବେ ସେଠାରେ ଅତିଥିମାନଙ୍କୁ କେଉଁ ଖାଦ୍ୟ ପରିବେଷଣ କରାଯିବ, ତା’କୁ ନେଇ ଚର୍ଚ୍ଚା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ,ନବୀନ ନିବାସରେ ଭାତ, ଡାଲି, ରୁଟି, ବାଇଗଣ ଭଜା,ଆଳୁ ମଟର ମସଲା, ମାଛ ବେସର, ପାଂପଡ଼, ଦହି ରାଇତା, ଟମାଟୋ ଚଟଣି, ଗୁଚି ପନିର, ବୁନ୍ଦି ରାଇତା, ଛେନାପୋଡ଼ ଏବଂ ରସମଲାଇ ଆଦି ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଦିଆଯିବ। ଏସବୁ ଖାଦ୍ୟ ସଂପୂର୍ଣ୍ଣ ଘରୋଇ ଶୈଳୀରେ ପ୍ରସ୍ତୁତ ହୋଇଥିବା ଜଣାଯାଇଛି। ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରିବା ରାଜନୈତିକ ଚର୍ଚ୍ଚାକୁ ଜୋର କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking