33.1 C
Bhubaneswar
Wednesday, April 24, 2024
Homeଓଡିଶାକଲେରୀ ସେତୁ ଲୋକାର୍ପିତ

କଲେରୀ ସେତୁ ଲୋକାର୍ପିତ

ମାଲକାନଗିରି : ଅନେକ ବର୍ଷ ଅପେକ୍ଷା ପରେ ଆଜି ସାକାର ହୋଇଛି ଓଡ଼ିଶାର ମାଲକାନଗିରି ଜିଲ୍ଲା ସମେତ ଆନ୍ଧ୍ର,ତେଲେଙ୍ଗାନା ଛତିଶଗଡ଼ ଚାରି ରାଜ୍ୟ ବିଛିନ୍ନାଂଚଳ ବାସୀଙ୍କ ସ୍ୱପ୍ନ | ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶାର ଶେଷ ସୀମା ତଥା ଲାଲଗଡ଼ ଅଞ୍ଚଳ କୁହାଯାଉଥିବା ମାଲକାନଗିରି ଜିଲ୍ଲାର ମୋଟୁ ଠାରେ |
ଆଜି ଲୋକାର୍ପିତ ହୋଇଛି ଆନ୍ଧ୍ର ଓ ଓଡିଶାକୁ ସିଧା ସଳଖ ସଂଯୋଗ କରୁଥିବା କଲେରୀ ସେତୁ |
ବିଜୟୱାଡା, ରାଞ୍ଚି କରିଡ଼ର ରୋଡ ମଝିରେ ଆନ୍ଧ୍ର ଠାରୁ ଓଡିଶା କୁ ସଂଯୋଗ କରୁଥିବା ମୋଟୁ ସିଲେରୁ ନଦୀ ଉପରେ ନିର୍ମାଣ କରାଯାଇଥିବା ସେତୁ ୨୮କୋଟି ୫ଲକ୍ଷ ୭୧ହଜାର ଟଙ୍କା କେନ୍ଦ୍ର ସରକାର ଙ୍କ ଅନୁଦାନ ରେ ହୋଇଥିବା ବେଳେ ୧କୋଟି, ୯୭ହଜାର ଟଙ୍କା ଓଡିଶା ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ ହୋଇଥିଲା ଜ୍ଝ କିନ୍ତୁ ସେତୁ ନିର୍ମାଣ ହୋଇ ଏକ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏହାର ଉଦଘାଟନ ହୋଇପାରୁନଥିଲା |
ଫଳରେ ପୋଲ ଉଦଘାଟନ ଦାବିରେ ଅଞ୍ଚଳ ବାସି ବାରମ୍ବାର ଧାରଣା ଦେଇ ଆସୁଥିଲେ | ହେଲେ ଶେଷରେ ଆଜି ଉଦଘାଟନ ହୋଇଛି ଏହି ସେତୁ | ଆନ୍ଧ୍ର ପଟ ଉଦଘାଟନ କରିଛନ୍ତି ଆନ୍ଧ୍ର ପ୍ରଦେଶ ପରିବହନ ବିଭାଗର ଗଊ କଠଘ ଚକ୍ରଧର ବାବୁ ଏବଂ ଓଡିଶା ପଟ ଉଦଘାଟନ କରିଛନ୍ତି ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ|
ସମ୍ମାନୀୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ତଥା ମାଲକାନଗିରି ଜିଲ୍ଲା ଈଔଊ ଦଳ ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ମାଲକାନଗିରି ଜିଲ୍ଲାର ବିଧାୟକ ଆଦିତ୍ୟ ମାଡି, ଜିଲ୍ଲା ପରିଷଦ ସଦସ୍ୟ ସମୀର ମିସ୍ତ୍ରୀ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲାମାଡି ପ୍ରମୁଖ ଏହି କାର‌୍ୟ୍ୟ କ୍ରମରେ ଯୋଗ ଦେଇଥିଲେ | ଏଥି ସହ ସେତୁ ଉଦଘାଟନ ହେବା ଦ୍ୱାରା ସମସ୍ତ ପ୍ରକାର ସମସ୍ୟା ଓ କୋଷ୍ଟ ଦୂର ହେଇଥିବା ସହ ବହୁତ ଖୁସି ଅନୁଭବ କରୁଛୁ ବୋଲି କହିଛନ୍ତି ଅଞ୍ଚଳ ବାସି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking