29.1 C
Bhubaneswar
Wednesday, May 8, 2024
Homeଅପରାଧନାବାଳିକାଙ୍କୁ ବିବାହର ପ୍ରତିଶ୍ରତି ଦେଇ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବିବାହର ପ୍ରତିଶ୍ରତି ଦେଇ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ

ଲକ୍ଷ୍ମୀପୁର : ଦିନକୁ ଦିନ ଦୁଷ୍କର୍ମ ,ଦୁର୍ବବ୍ୟବହାର ଭଳି ଘଟଣା ବଢିବାରେ ଲାଗିଛି । ଝିଅଟି କେଉଁଠି ବି ସୁରକ୍ଷିତ ନୁହେଁ । ଘରେ ନୁହେଁ କି ବାହାରେ ମଧ୍ୟ ନୁହେଁ । କେବେ ଶିକ୍ଷକ ଦୁଷ୍କର୍ମ କରୁଛି ତ କେବେ ଘର ଲୋକଙ୍କ ଦ୍ୱାରା ଦୁଷ୍କର୍ମ ତ କେବେ ବାହାର ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଉଛି ଝିଅଟି । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ବୁର୍ଜା ଗାଁର ଘଟିଛି ।
ଜଣେ ନାବାଳିକା ସହ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ବିବାହ ହେବା ପରିବର୍ତେ ନାବାଳିକାକୁ ବିଭିନ୍ନ ପ୍ରକାର ନିର‌୍ୟ୍ୟାତନା ଦେବା ଅଭିଯୋଗରେ ଶୁକ୍ରବାର ଲକ୍ଷ୍ମୀପୁର ପୁଲିସ ବୁର୍ଜା ଗାଁର ଶିବ ଶଙ୍କର ଖରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୀଡିତା ନାବାଳିକାଙ୍କୁ କୋରାପୁଟରେ ଡାକ୍ତରିମାଇନା କରାଯାଇଛି।
ସୂଚନା ଅନୁଯାୟୀ, ବୁର୍ଜା ଗାଁର ଜଣେ ନାବାଳିକାକୁ ସେଇ ଗ୍ରାମର ଶିବ ଶଙ୍କର ଖରା ଗତ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପ୍ରଥମେ ଦୁଷ୍କର୍ମ କରିଥିଲା। ପରେ ସେ ସମୟର ଭିଡିଓ ଓ ଫଟୋ ଉତ୍ତୋଳନ କରି ରଖିବା ସହ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଆସୁଥିବା ବେଳେ ଗତ କିଛିଦିନ ତଳେ ଏକ ଲକ୍ଷ ଟଙ୍କା ,୩ ତୋଳା ସୁନା ଓ ମୋଟର ସାଇକେଲ୍ ଆଣିଲେ ହିଁ ବିବାହ କରିବି ନଚେତ ବିବାହ ହେବି ନାହିଁ ବୋଲି କହିବା ସହ ମାଡ ମାରିବା ଭଳି ଅଭିଯୋଗ ହୋଇଥିଲା। ଏନେଇ ଶୁକ୍ରବାର ନାବାଳିକା ଲକ୍ଷ୍ମୀପୁର ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ଲକ୍ଷ୍ମୀପୁର ପୁଲିସ ସମ୍ପୃକ୍ତ ଯୁବକ ଜଣକୁ ଗିରଫ କରି ଦୁଷ୍କର୍ମ ମାମଲା ରୁଜୁ କରି ପୋକ୍ସୋ ଧାରାରେ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଅଧିକାରୀ ଗୌରହରି ସାହୁଙ୍କ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking