33.1 C
Bhubaneswar
Friday, May 20, 2022
Homeଖେଳ୨୦୨୦ର ପ୍ରଥମ ଶୃଙ୍ଖଳା ବିଜୟ : ୭୮ରନରେ ବିଜୟ ସହ ସିରିଜ ହାତେଇଲା ଭାରତ

୨୦୨୦ର ପ୍ରଥମ ଶୃଙ୍ଖଳା ବିଜୟ : ୭୮ରନରେ ବିଜୟ ସହ ସିରିଜ ହାତେଇଲା ଭାରତ

ପୁଣେ : ଏକବିଂଶ ଶତାବ୍ବୀର ନୂଆ ଦଶନ୍ଧି ଆରମ୍ଭରୁ ଭାରତୀୟ କ୍ରିକେଟ୍ ଦଳ ଶୃଙ୍ଖଳା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଚଳିତ ବ‌ର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳାଯିବାକୁ ଥିବାବେଳେ ୨୦୨୦ର ପ୍ରଥମ ଶୃଙ୍ଖଳାକୁ ଭାରତ ଜିତିନେଇଛି। ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି କୋହଲିଙ୍କ ଦଳ ମଧ୍ୟ ଘରୋଇ ମାଟିରେ ବିଜୟ ଧାରାକୁ ଆଗକୁ ନେଇଛି।
ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ବିଜୟ ଲାଭ କରିଛି। ଏହାସହିତ ଭାରତ ତିନିଟିକିଆ ସିରିଜକୁ ୨-୦ରେ ହାତେଇ ନେଇଛି। ଶୁକ୍ରବାର ମ୍ୟାଚରେ ଭାରତ ରଖିଥିବା ୨୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ପ୍ରାରମ୍ଭରୁ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖିନ ହୋଇଥିଲା। ଦଳ ସମ୍ପୂର୍ଣ୍ଣ ୨୦ଓଭର ଖେଳିବାକୁ ଅସମର୍ଥ ହୋଇଥିଲା। ତେବେ ଶ୍ରୀଲଙ୍କାର ସମ୍ପୂର୍ଣ୍ଣ ଟିମ୍ ମାତ୍ର ୧୫ଓଭର ପାଞ୍ଚଟି ବଲ ଖେଳି ୧୨୩ରନ କରି ଅଲ ଆଉଟ ହୋଇଯାଇଛି।
ଭାରତ ପକ୍ଷରୁ ବୁମ୍ରା ୨ ଓଭର ବୋଲିଂ କରି ୫ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ। ସେହିଭଳି ଶ୍ରାଦୁଲ ଠାକୁର ୩ ଓଭରରେ ୧୯ ରନ ଦେଇ ଦୁଇଟି ୱିକେଟ, ସାଇନି ୨ ଓଭର ୫ଟି ବଲରେ ୨୮ ରନ ତିନୋଟି ୱିକେଟ ଏବଂ ୱାସିଙ୍ଗଟନ ସୁନ୍ଦର ୪ ଓଭର ୩୭ରନ ଦୁଇଟି ୱିକେଟ ନେଇଥିଲେ। ଦୁଇଟି ୱିକେଟ ରନ ଆଉଟ ଆକାରରେ ମିଳିଛି। ଶ୍ରାଦୁଲ ଠାକୁରଙ୍କ ଜବରଦସ୍ତ ବୋଲିଂ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ସେହିଭଳି ସିରିଜରେ ଜବରଦସ୍ତ ବୋଲିଂ ପାଇଁ ନବଦୀପ ସାଇନଙ୍କୁ ମ୍ୟାନ ଅଫ ଦି ସିରିଜ ବିବେଚିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking